କାବୁଲ ବିସ୍ଫୋରଣର କଡା ଜବାବ ଦେଲା ଆମେରିକା

ନୂଆଦିଲ୍ଲୀ: କାବୁଲ ଆତ୍ମଘାତୀ ବିସ୍ଫୋରଣର କଡା ଜବାବ ଦେଲା ଆମେରିକା । ପ୍ରତିଶୋଧ ନେବା ପାଇଁ ଆଫଗାନିସ୍ତାନର ISIS-K ଆଡ୍ଡା ଉପରେ କଲା ଏୟାର ଷ୍ଟ୍ରାଇକ ଆକ୍ରମଣ । ଏହି ଏୟାର ଷ୍ଟ୍ରାଇକରେ ସିରିଜ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ ନିହତ ହୋଇଛି । ଯାହା କହିଥିଲା ତାହା କରି ଦେଖାଇଲା ଆମେରିକା । କାବୁଲ ବିସ୍ଫୋରଣରେ ବର୍ତ୍ତମାନ ପର୍ଯ୍ୟନ୍ତ ତେର ଆମେରିକୀୟ ସୈନିକଙ୍କ ସମେତ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଆତ୍ମଘାତୀ ବିସ୍ଫୋରଣ ପରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ କହିଥିଲେ ଯେ ଆମେ ଏହାର କଡା ଜବାବ ଦେବୁ । ଏହି ବିସ୍ଫୋରଣକୁ କ୍ଷମା କରିବୁ ନାହିଁ କି ଭୁଲିବୁ ନାହିଁ, ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରିବୁ । ଆଫଗାନିସ୍ତାନ-ପାକିସ୍ତାନ ସୀମା ନିକଟ ନଙ୍ଗରହାର ପ୍ରଦେଶରେ ଆମେରିକା ଏହି ବୋମା ବିସ୍ଫୋରଣ କରିଥିଲା । ଏହି ଆକ୍ରମଣରେ କାବୁଲ ବିସ୍ଫୋରଣର ମାଷ୍ଟରମାଇଣ୍ଡ ନିହତ ହୋଇଛନ୍ତି ବୋଲି ସୂଚନା ମିଳିଛି ।