ବାବା ଚିକିତ୍ସା ନାଁରେ ଚଳାଉଥିଲା ସେକ୍ସ ରାକେଟ୍, ଆପତ୍ତିଜନକ ଭିଡିଓ ଭାଇରାଲ

ଲକ୍ଷ୍ନୌ : ସେକ୍ସ ରାକେଟ୍ ଚଲାଇବା ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ । ଉତ୍ତରପ୍ରଦେଶର ଲକ୍ଷ୍ନୌରେ କଳା ବାବା ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି। ଅଭିଯୋଗ ଅନୁସାରେ,ବାବା,ରୁମ୍ ଭିତରେ ଚିକତ୍ସା ନାମରେ ମହିଳାଙ୍କ ସହ ସେକ୍ସ ରାକେଟ୍ ଚଲାଇଥିଲେ।

ସୂଚନା ଅନୁସାରେ ଲକ୍ଷ୍ନୌର ହୁସେନବାଦର ବାବା ଜଣକ ମହିଳାଙ୍କ ଧଳା ଦାଗ ଓ ଛୁଆପିଲା ନହେବାର ଚିକିତ୍ସା କରୁଥିଲେ । ସ୍ଥାନୀୟ ଲୋକମାନେ ବହୁବାର ସେଠାକୁ ପୁରୁଷ ଓ ମହିଳାମାନଙ୍କୁ ଯିବାର ଦେଖିବାରୁ ସେକ୍ସ ରାକେଟ ହେଉଥିବା ସନ୍ଦେହ କରିଥିଲେ । ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ବାବା,ମହିଳା ଏବଂ ଆଉ ଜଣେ ବ୍ୟକ୍ତିଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରି ଦେଇଥିଲେ। ପୋଲିସ୍ ବାବାକୁ ଗିରଫ କରି ଜେଲ୍ ପଠାଇ ଦେଇଛି।