୧୦୦ ଭାରତୀୟଙ୍କ ଉପରେ ପରୀକ୍ଷା ହେବ ସ୍ପୁଟନିକ ଭି କରୋନା ଟୀକା

ମସ୍କୋ : କୋଭିଡ୍-୧୯ ଭାକସିନ୍ ତିଆରି ପାଇଁ ସମଗ୍ର ଦେଶ ଲାଗି ପଡିଛି । ଏହାରି ଭିତରେ ଭାରତରେ ରୁଷ ସ୍ପୁଟନିକ ଭି ଭାକସିନର ପରୀକ୍ଷଣ କରାଯିବ । ୧୦୦ ଭାରତୀୟ ସ୍ବେଚ୍ଛାସେବୀଙ୍କ ଉପରେ ଏହି ପରୀକ୍ଷଣ । ଡିସିଜିଆଇ ଏହି ସୂଚନା ଅକ୍ଟୋବର ୨୨ରେ ଦେଇଛନ୍ତି। ପରୀକ୍ଷଣ ପାଇଁ ଫାର୍ମାସ୍ୟୁଟିକାଲ କମ୍ପାନି ଡାକ୍ତର ରେଡ୍ଡି’ସ ଲାବ୍ରୋଟୋରିକୁ ଅନୁମତି ଦିଆଯାଇଛି। ଯଦିଓ ପରୀକ୍ଷଣର ତାରିଖ ଓ ସମୟ କମ୍ପାନି ଦ୍ବାରା ସ୍ଥିର ହେବ।

ତୃତୀୟ ପର୍ଯ୍ୟାୟରେ ରୁଷ ଟିକା ପହଞ୍ଚିବା ପୂର୍ବରୁ ଏହାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ। ଡିସିଜିଆଇ ଏହାର କ୍ଲିନିକାଲ ଟ୍ରାଏଲ ପାଇଁ ଡାକ୍ତର ରେଡ୍ଡି’ସଙ୍କ ଲ୍ୟାବକୁ ଅନୁମତି ଦେଇଛନ୍ତି। ଏବେ ଟିକାର ୨ୟ ପର୍ଯ୍ୟାୟ ପରୀକ୍ଷଣ ୧୦୦ ଲୋକଙ୍କ ଉପରେ କରାଯିବ। ସେହିପରି ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୧୪ଶହ ଲୋକ ସାମିଲ ହେବେ।