କଙ୍ଗନାଙ୍କୁ ହତ୍ୟା ଧମକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ହତ୍ୟା ଧମକ ମିଳିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏନେଇ କଙ୍ଗନା ଅଭିଯୋଗର ଏକ କପି ସୋସିଆଲ ମିଡିଆରେ ସେୟାର କରିଛନ୍ତି । କଙ୍ଗନା ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ମନେ ପକାଇ ମୁଁ ଲେଖିଥିଲି କି ଦ୍ରେଶଦ୍ରୋହୀ ଆତଙ୍କବାଦୀଙ୍କୁ କେବେ କ୍ଷମା କରାଯାଇପାରିବ ନାହିଁ ।

ଏଭଳି ଘଟଣା ଦେଶ ଭିତରେ ଥିବା ବିଶ୍ୱାସଘାତକମାନଙ୍କ ଦ୍ୱାରା କରାଯାଉଛି । ଦ୍ରେଶଦ୍ରୋହୀ କେବେ ଅର୍ଥ ଲୋଭ ତ କେବେ ପଦ ଲୋଭରେ ଭାରତମାତାକୁ କଳଙ୍କିତ କରିବାର ସୁଯୋଗ ହାତଛଡା କରୁ ନାହାଁନ୍ତି । ଏଭଳି ଲେଖିବା ପରେ ମୋତେ ବାରମ୍ବାର ହତ୍ୟା ଧମକ ମିଳୁଥିବା କଙ୍ଗନା କହିଛନ୍ତି । କେବଳ ସେତିକି ନୁହେଁ ଏହି ପୋଷ୍ଟ ପରେ ମୋତେ ବାରମ୍ବାର ହତ୍ୟା ଧମକ ମିଳୁଛି । ଅନ୍ୟପକ୍ଷରେ ଏହିି ହତ୍ୟା ଧମକକୁ ସେ ନ ଡରି ଦ୍ରେଶଦ୍ରୋହୀଙ୍କ ବିରୋଧରେ କହିବା ଜାରି ରଖିବି । ଦେଶ ବିରୋଧରେ ଯିଏ କାର୍ଯ୍ୟ କରିବ ତାକୁ ମୁଁ ବିରୋଧ କରିବି ବୋଲି କଙ୍ଗନା କହିଛନ୍ତି ।