କଙ୍ଗନା ‘ତେଜସ’ର ସୁଟିଂ ଆରମ୍ଭ କଲେ

ମୁମ୍ବାଇ: ସର୍ବଦା ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସୁଥିବା କଙ୍ଗନା ଏଥିରେ ପାଇଲଟ ଭୂମିକାରେ ନଜର ଆସିବେ। ଏନେଇ ଏକ ଫଟୋ ସହ କଙ୍ଗନା ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଏହି ଫଟୋରେ କଙ୍ଗନା ବାୟୁସେନାର ପୋଷାକରେ ନଜର ଆସୁଛନ୍ତି। ଏହାସହିତ ବଲିଉଡ କୁଇନ କଙ୍ଗନା ରନାୱତ ତାଙ୍କ ଆଗାମୀ ଫିଲ୍ମ ‘ତେଜସ’ର ସୁଟିଂ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ସର୍ବେଶ ମେବାଡ଼ାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ‘ତେଜସ’ ଫିଲ୍ମଟି ୨୦୧୬ର ଐତିହାସିକ ଘଟଣା ଉପରେ ଆଧାରିତ। ଯେତେବେଳେ ଭାରତୀୟ ବାୟୁସେନା ମହିଳାଙ୍କୁ ଫାଇଟର ଭୂମିକାରେ ସାମିଲ କରିଥିବା ଦେଶର ପ୍ରଥମ ସୁରକ୍ଷା ବଳ ହୋଇଥିଲା।