ପରଲୋକରେ ଭେଟେରାନ କନ୍ନଡ ଅଭିନେତା ନାଦିଗ କୃଷ୍ଣ

ବେଙ୍ଗାଲୁରୁର: ପରଲୋକରେ ଭେଟେରାନ କନ୍ନଡ ଟେଲିଭିଜନ ତଥା ଚଳଚ୍ଚିତ୍ର ଅଭିନେତା ନାଦିଗ କୃଷ୍ଣ।ଶନିବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ହୃଦ୍‌ଘାତ ହେତୁ ଦେହାନ୍ତ ହୋଇଥିବା ଜଣାପଡିଛି ।

ସୋ ‘ଲଗ୍ନପତ୍ରିକ’ ସୁଟିଂ ସମୟରେ ତାଙ୍କୁ ହୃଦଘାତ ଅନୁଭବ ହୋଇଥିଲା । ଯଦିଓ ପ୍ରଡକ୍ସନ୍ ହାଉସ୍ ଅଭିନେତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ, କିନ୍ତୁ ସେ ଡାକ୍ତରଖାନା ଯିବା ବାଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତଦେହ ବର୍ତ୍ତମାନ ବେଙ୍ଗାଲୁରୁର ଗିରିନଗରରେ ଥିବା ତାଙ୍କ ବାସଭବନରେ ରଖାଯାଇଛି।

ନାଦିଗ କୃଷ୍ଣ ବହୁ ରିୟାଲିଟି ଶୋ ରେ ଅଭିନୟ କରିଛନ୍ତି। ଯେପରିକି ପାରୁ, ମହାଦେବୀ, ମିଲାନା, ପଲ୍ଲବୀ ଅନୁପଲ୍ଲବୀ, ଇଭାଲୁ ସୁଜାତା ଏବଂ ଅନ୍ୟାନ୍ୟ ରିୟାଲିଟି ଶୋ’ରେ ଚମତ୍କାର ଅଭିନୟ କରିଛନ୍ତି। ଏହାବ୍ୟତୀତ ସେ “ପହିଲବାନ” ଏବଂ “ଆଦି ପୁରାଣ” ଭଳି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।

ତାଙ୍କ ବିୟୋଗରେ ବହୁ କନ୍ନଡ ଅଭିନେତା ମାନେ ଶୋକ ପ୍ରକାଶ କରିଛନ୍ତି।ସେ ତାଙ୍କ ପତ୍ନୀ ଏବଂ ତିନି ଝିଅଙ୍କ ସହ ରହୁଥିଲେ।