ପ୍ରତିରକ୍ଷା ମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ରାଜନାଥ ଏବେ ନିଜକୁ କ୍ୱାରେଣ୍ଟାଇନ ଅଛନ୍ତି ଓ ତାଙ୍କଠାରେ ସାମାନ୍ୟ ଲକ୍ଷଣ ଥିବା କହିଛନ୍ତି । ସେ କହିଛନ୍ତି ମୁଁ ଆଜି ହାଲୁକା ଲକ୍ଷଣ ସହିତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ସେହିପରି ମୋ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଅନୁରୋଧ କରୁଛି ସେମାନେ ନିଜକୁ କୋଭିଡ ଟେଷ୍ଟ କରିନିଅନ୍ତୁ । ସୂଚନାଯୋଗ୍ୟ ଦେଶରେ ବର୍ତ୍ତମାନ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦେଢ ଲକ୍ଷ ପାର କରିଛି ।