କେଜ୍ରିୱାଲଙ୍କ ହାଜତ ମିଆଦକୁ ଏପ୍ରିଲ ୨୩ ତାରିଖକୁ ବୃଦ୍ଧି

ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ହାଜତ ମିଆଦକୁ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଇଡି ତାଙ୍କ ବିରୋଧରେ ମନି ଲଣ୍ଡରିଂ ଓ ଅବକାରୀ ନୀତି ଦୁର୍ନୀତିରେ ଅଭିଯୁକ୍ତ କରିଛନ୍ତି ।

ବିଆରଏସ୍‌ ନେତା କେ କବିତାଙ୍କ ହାଜତ ମିଆଦ ଏପ୍ରିଲ ୨୩ ତାରିଖରେ ସରୁଛି । ଦିଲ୍ଲୀ ହାଇକୋର୍ଟଙ୍କ ବିଚାରକୁ ସୁପ୍ରିମକୋର୍ଟରେ ଚାଲେଂଜ କରିଛନ୍ତି କେଜ୍ରିୱାଲ । ଉକ୍ତ ମାମଲାଟିକୁ ବିଚାରଯୋଗ୍ୟ ମଣି ତା’ର ବିଚାର ଏପ୍ରିଲ ୨୯ ତାରିଖକୁ ଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ ।