ଆଜି ଲକ୍ଷ୍ନୌ-ମୁମ୍ବାଇ ଏଲିମିନେଟର ମ୍ୟାଚ୍

ନୂଆଦିଲ୍ଲୀ : ଆଇପିଏଲ ମହାସମରରେ ଆଜି ହେଉଛି ଏଲିମିନେଟର ମ୍ୟାଚ୍ । ଆଜି ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ୍ । ଯଦି ମୁମ୍ବାଇର ବ୍ୟାଟିଂ ବାହିନୀ ପୁଣି ଚମକ ଦେଖାନ୍ତି ତେବେ କ୍ୱାଲିଫାୟର-୨କୁ ଯୋଗ୍ୟତା ଅର୍ଜନ କରିନେବା ସହ ଷଷ୍ଠ ଆଇପିଏଲ୍ ଟ୍ରଫି ହାତେଇବା ଲକ୍ଷ୍ୟରେ ଆଗେଇବ ମୁମ୍ବାଇ ଇଣ୍ଡିଆନ୍ସ ।

ବାଙ୍ଗାଲୋରକୁ ଗୁଜରାଟ ହରାଇ ଦେବାକୁ ପ୍ଲେ ଅଫରେ ପ୍ରବେଶ କରିଛି ମୁମ୍ବାଇ । ଅନ୍ୟପଟେ ଲକ୍ଷ୍ନୌ ୧୪ ମ୍ୟାଚରୁ ୮ଟି ବିଜୟ ଓ ଗୋଟିଏ ବାତିଲ ମ୍ୟାଚ୍ରୁ ୧୭ ପଏଂଟ ପାଇ ପ୍ଲେ ଅଫରେ ସ୍ଥାନ ସୁରକ୍ଷିତ କରିଥିଲା । ଗତ ଆଇପିଏଲରେ ଆରସିବିଠୁ ପ୍ଲେ ଅଫରେ ପରାସ୍ତ ହୋଇ ଏଲିମିନେଟ୍ ହୋଇଥିଲା । ଏଥର ଲକ୍ଷ୍ନୌ ସେହି ଭୁଲ ନକରି ଆଗକୁ ବଢିବାକୁ ଚେଷ୍ଟା କରିବ ।

ଏହାର ନିୟମିତ ଅଧିନାୟକ କେଏଲ୍ ରାହୁଲ ଆହତ ଯୋଗୁଁ ବାଦ୍ ପଡ଼ିବା ପରେ କୃନାଲ ପାଣ୍ଡ୍ୟାଙ୍କ ନେତୃତ୍ବରେ ଦଳ ଭଲ କରି ଏହି ସ୍ଥାନରେ ପହଞ୍ଚିଛି ।