ମା କାମାକ୍ଷା କରିଡର ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ବିବେଚିତ ହେବ: ପ୍ରଧାନମନ୍ତ୍ରୀ

ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶା ବ୍ୟକ୍ତ କରିଛନ୍ତି, କାଶୀ ବିଶ୍ୱନାଥ ଧାମ ଓ ଶ୍ରୀ ମହାକାଳ ମହାଲୋକ କରିଡର ଭଳି ମା କାମାକ୍ଷା କରିଡର ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ବିବେଚିତ ହେବ।

ଆଗାମୀ ଦିନରେ ପୁନଃନିର୍ମିତ ମା କାମାକ୍ଷା କରିଡର କିପରି ଦେଖାଯିବ ତାର ଏକ ଝଲକ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱସର୍ମା ଟ୍ୱିଟରେ ଶେୟାର କରିଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ମୁଁ ନିଶ୍ଚିତ ମା କାମାକ୍ଷା କରିଡର ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ।

ଆଧ୍ୟାତ୍ମିକ ଅଭିଜ୍ଞତାକୁ ବିବେଚନା କଲେ କାଶୀ ବିଶ୍ୱନାଥ ଧାମ ଓ ଶ୍ରୀ ମହାକାଳ ମହାଲୋକ ପରିବର୍ତ୍ତନକାରୀ ରହିଛି । ପର୍ଯ୍ୟଟନ ବଢିବା ଓ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ମିଳିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।”