ଦିନ ୨ଟା ୩୦ରେ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୨.୮ ଡିଗ୍ରି ରେକର୍ଡ, ଭୁବନେଶ୍ବରରେ ପାରା ୪୨.୬ ଡିଗ୍ରି

ଭୁବନେଶ୍ବର: ଆଜି ଓଡ଼ିଶା ଜଳିଛି। ସକାଳ ୭ଟାରୁ ଅପରାହ୍‌ଣ ଯାଏଁ ପ୍ରବଳ ଖରା ଓ ଗରମରେ ଓଡ଼ିଶାବାସୀ ସିଝିଛନ୍ତି। ଜରୁରୀ କାମ ନଥିଲେ ଲୋକେ ବାହାରକୁ ଯାଉ ନାହାନ୍ତି। ଆଜି ଦିନ ୨ଟା ୩୦ରେ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ରାଜ୍ୟର ଦ୍ବିତୀୟ ସହର ଭାବେ ଭୁବନେଶ୍ବରରେ ପାରା ୪୨.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଝାରସୁଗୁଡା: ୪୨.୮ ଡ଼ିଗ୍ରି
ଭୁବନେଶ୍ୱର: ୪୨.୬ ଡ଼ିଗ୍ରି
ଚାନ୍ଦବାଲି: ୪୧.୨ ଡ଼ିଗ୍ରି
ସମ୍ବଲପୁର: ୪୧.୨ ଡ଼ିଗ୍ରି
କେନ୍ଦୁଝର:୪୦.୬ ଡ଼ିଗ୍ରି
ହୀରାକୁଦ: ୪୦.୪ ଡ଼ିଗ୍ରି
ବାଲେଶ୍ୱର: ୩୯.୦ ଡ଼ିଗ୍ରି
ପୁରୀ: ୩୩.୦ ଡ଼ିଗ୍ରି
ଗୋପାଳପୁର:୩୩.୦ ଡ଼ିଗ୍ରି
ପାରାଦୀପ:୩୨.୦ ଡ଼ିଗ୍ରି

ଅନ୍ୟପଟରେ ଆଗାମୀ ୩୬ ଘଣ୍ଟା ପରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ଆଜି ଝାରସୁଗୁଡ଼ାରେ ତାପମାତ୍ରା ୪୫ ଡିଗ୍ରି ଛୁଇଁପାରେ। ଏଥି ସହିତ ୪ଟି ଜିଲ୍ଲାକୁ ହିଟ ୱେଭ ଅରେଞ୍ଜ ଆଲର୍ଟ ଦିଆଯାଇଛି। କଟକ, ଖୋର୍ଦ୍ଧା, ମୟୁରଭଞ୍ଜ, ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବଲାଙ୍ଗୀର, ବୌଦ୍ଧରେ ମଧ୍ୟ ହିଟ ୱେଭ ସ୍ଥିତି ରହିଛି।