ବନ୍ୟା ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଲେ ମହେଶ ବାବୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ବର୍ଷା ପରେ ବନ୍ୟା ଜାରି ରହିଛି । ସବୁଆଡେ ଖାଲି ପାଣି । ବନ୍ୟା ଯୋଗୁଁ ଆନ୍ଧ୍ରପ୍ରଦେଶରେ ଅନେକ କ୍ଷୟକ୍ଷତି ହୋଇଛି । ଅନେକ ଲୋକେ ବାସ ହରା ହେବା ସହ ଅଧିକାଂଶ ଅଞ୍ଚଳ ପାଣିରେ ବୁଡି ରହିଛି । ଏହି ସବୁକୁ ଦେଖି ଆଗେଇ ଆସିଛନ୍ତି ସାଉଥର ସୁପରଷ୍ଟାରମାନେ । ସାଉଥ ସୁପରଷ୍ଟାର ମହେଶ ବାବୁଙ୍କଠାରୁ ଆରମ୍ଭ କରି ଅନକ ବଡ ବଡ ଷ୍ଟାର ବନ୍ୟା ପୀଡିତଙ୍କ ପାଇଁ ବଢାଇଛନ୍ତି ସହାୟତର ହାତ । ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଟଙ୍କା ଦାନ କରିବା ସହ ବନ୍ୟା ପ୍ରଭାବିତ ସହର ଏବଂ ଲୋକଙ୍କୁ ସହାୟତା କରିବା ପାଇଁ ସେମାନେ ଅନୁରୋଧ ମଧ୍ୟ କରିଛନ୍ତି ।

ସୁପରଷ୍ଟାର ମହେଶ ବାବୁ ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏନେଇ ସେ ମଧ୍ୟ ଟ୍ୱିଟ୍‌ କରି ଲେଖିଛନ୍ତି, ସମସ୍ତଙ୍କୁ ଅନୁରୋଧ ଏହି ସଙ୍କଟ ସମୟରେ ସମନ୍ତେ ସାହାଯ୍ୟ କରନ୍ତୁ ବୋଲି ସେ ଅପିଲ କରିଛନ୍ତି । ସେହିପରି ଜୁନିଅର୍‌ ଏନଟିଆର, ଅଲ୍ଲି ଅର୍ଜୁନ, ରାମ ଚରଣ ମଧ୍ୟ ୨୫ ଲକ୍ଷ ଟଙ୍କା ଲେଖାଏଁ ମୁଖମନ୍ତ୍ରୀ ରିଲିଫ ପାଣ୍ଠିଙ୍କୁ ଦାନ କରିଥିବା ଜଣାପଡିଛି ।