ଆସନ୍ତା ସପ୍ତାହରେ ଦିଲ୍ଲୀ ଗସ୍ତ କରିବେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ସପ୍ତାହରେ ଦିଲ୍ଲୀ ଗସ୍ତ କରିବେ। ଏହି ଗସ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ସମ୍ଭାବନା ରହିଛି। ସୂତ୍ର ମୁତାବକ ସାକ୍ଷାତ ସମୟରେ ମମତା ରାଜ୍ୟର ବକେୟା ଏବଂ ବିଏସଏଫଙ୍କ ଅଧିକାର କ୍ଷେତ୍ର ବୃଦ୍ଧି ପ୍ରସଙ୍ଗ ଉପରେ ଆଲୋଚନା କରିବେ। ମମତା ନଭେମ୍ବର ୨୨ରେ ଦିଲ୍ଲୀ ଗସ୍ତ କରିବେ ଏବଂ ୨୫ରେ କୋଲକାତା ଫେରିବାର କାର୍ଯ୍ୟକ୍ରମ ରହିଥିବା ଜନୈକ ଅଧିକାରୀ କହିଛନ୍ତି। ନିଜର ତିନି ଦିନିଆ ଦିଲ୍ଲୀ ଗସ୍ତରେ ମମତା ବାନାର୍ଜୀ ଅନେକ ରାଜନୈତିକ ଦଳ ସହିତ ବୈଠକ କରି ପାରନ୍ତି। ଆଗାମୀ ୫ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ସେ ଅନ୍ୟ ଦଳ ସହିତ ରଣନୀତି ପ୍ରସ୍ତୁତ କରି ପାରନ୍ତି। ମୋଦୀଙ୍କ ସହିତ ପ୍ରସ୍ତାବିତ ବୈଠକ ବିଷୟରେ ଜନୈକ ଅଧିକାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ରାଜ୍ୟର ଦୀର୍ଘ ଦିନ ଧରି ବକେୟା ଦାବି ଉଠାଇ ପାରନ୍ତି।