ମୌସୁମୀ ଆସିବା ନେଇ ପାଣିପାଗ ବିଭାଗର ଆକଳନ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ଅସହ୍ୟ ଗରମ, ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ବଢୁଥିବା ତାପମାତ୍ରାକୁ ନେଇ ଲୋକମାନେ ହନ୍ତସନ୍ତ ହେଉଥିବା ବେଳେ ଚିନ୍ତା ବଢାଇଛି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି, ଚଳିତବର୍ଷ କେରଳକୁ ମୌସୁମୀ ଡେରିରେ ଆସିବ । ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଚଳିତ ବର୍ଷ ଜୁନ ୪ ବେଳକୁ କେରଳ ଛୁଇଁପାରେ ମୌସୁମୀ । ସାଧାରଣ ଭାବେ ଜୁନ ପହିଲାରେ ମୌସୁମୀ କେରଳ ଛୁଇଁଥାଏ । ଏହି କ୍ରମରେ ୨୦୨୦ ରେ ମେ” ୨୯ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁଥିବା ବେଳେ ୨୦୨୧ ରେ ଜୁନ ୩ ତାରିଖ ଓ ୨୦୨୦ ରେ ଜୁନ ୧ ତାରିଖରେ କେରଳ ଛୁଇଁଥିଲା ମୌସୁମୀ ।