ନ୍ୟୁଜିଲ୍ୟାଣ୍ଡରେ ଭୂମିକମ୍ପ: ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁସାରେ ମଙ୍ଗଳବାର ନ୍ୟୁଜିଲ୍ୟାଣ୍ଡର ରିଭରଟନ୍ ଉପକୂଳରେ ରିକ୍ଟର ସ୍କେଲରେ ୬.୮ ତୀବ୍ରତାର ଏକ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି ।
ପ୍ରାରମ୍ଭରେ, ଭୂମିକମ୍ପଟି ୭ ତୀବ୍ରତାରେ ରେକର୍ଡ କରାଯାଇଥିଲା ଯାହା ଦକ୍ଷିଣ ଦ୍ୱୀପର ଦକ୍ଷିଣ-ପଶ୍ଚିମ ପ୍ରାନ୍ତରୁ ୧୦ କିଲୋମିଟର (୬.୨ ମାଇଲ) ଗଭୀରତାରେ ଆସିଥିଲା, ୟୁଏସଜିସି କହିଛି । ଭୂମିକମ୍ପର ତୀବ୍ରତା ସତ୍ତ୍ୱେ, କର୍ତ୍ତୃପକ୍ଷ ଏହି ଅଞ୍ଚଳ ପାଇଁ କୌଣସି ସୁନାମି ଚେତାବନୀ ଜାରି କରିନାହାଁନ୍ତି । ଏହି ସମୟରେ, ଅଧିକାରୀମାନେ ସମ୍ଭାବ୍ୟ ପରବର୍ତ୍ତୀ ଝଟକା ପାଇଁ ପରିସ୍ଥିତି ଉପରେ ନଜର ରଖିଛନ୍ତି । ନ୍ୟୁଜିଲାଣ୍ଡ କର୍ତ୍ତୃପକ୍ଷ ବାସିନ୍ଦାଙ୍କୁ ଏଉପକୂଳ ଅଞ୍ଚଳରୁ ଦୂରରେ ରହିବାକୁ ସତର୍କ କରାଇଛନ୍ତି ।