ଏବେ ଭାରତରେ ଦେଖିବାକୁ ମିଳିବ ମୋଟୋ ଜିପିର ବେଗ

ନୂଆଦିଲ୍ଲୀ : ରେସ ପସନ୍ଦ କରୁଥିବା ପ୍ରଶଂସକଙ୍କ ପାଇଁ ଖୁସିର ଖବର । ଆସନ୍ତା ବର୍ଷ ଭାରତରେ ମୋଟୋ ଗ୍ରାଁ ପ୍ରିର ରୋମାଞ୍ଚ ଦେଖିବାକୁ ମିଳିବ । କାରଣ ୨୦୨୩ରେ ଗ୍ରେଟର ନୋଏଡାର ବୁଦ୍ଧ ଇଣ୍ଟରନ୍ୟାସନାଲ ସର୍କିଟ (ବିଆଇସି) ପ୍ରଥମ ମୋଟୋ ଗ୍ରାଁ ପ୍ରି ବିଶ୍ୱ ଚାମ୍ପିଅନସିପ ରେସର ଆୟୋଜନ କରିବାକୁ ଯାଉଛି ।

ଏଫଆଇଏମ ବିଶ୍ୱ ଚାମ୍ପିଅନ ଗ୍ରାଁ ପ୍ରି (ମୋଟୋ ଜିପି)ର ଆୟୋଜନ କରୁଥିବା ସ୍ପେନର ଡୋରନା ସ୍ପୋର୍ଟ୍ସ ଭାରତୀୟ କମ୍ପାନୀ ଫେୟାରଷ୍ଟ୍ରିଟ ସ୍ପୋର୍ଟ୍ସ ସହିତ ମିଶି ଦେଶରେ ପ୍ରଥମ ମୋଟୋ ଗ୍ରାଁ ପ୍ରିର ଆୟୋଜନର ଘୋଷଣା କରିଛନ୍ତି । ଗ୍ରାଁ ପ୍ରି ଅଫ ଭାରତରେ ୧୯ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ଆୟୋଜକ ଘୋଷଣା କରିଛନ୍ତି । ଦୁଇ କମ୍ପାନୀ ମଧ୍ୟରେ ସାତ ବର୍ଷ ପାଇଁ ଚୁକ୍ତିନାମା ହୋଇଛି ।