ନୁପୂରଙ୍କ କୁଶପୁତ୍ତଳିକାକୁ ଫାଶୀ ଦେଇ ୩ ଅଟକ

ନୁପୂରଙ୍କ କୁଶପୁତ୍ତଳିକାକୁ ଫାଶୀ ଖୁଣ୍ଟରେ ଟାଙ୍ଗିବା ମୁଦ୍ରାରେ ଝୁଲା ଯାଇଥିଲା

ବେଙ୍ଗାଲୁରୁ : ମହାପୁରଷ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିବା ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ କୁଶପୁତ୍ତଳିକାକୁ ଫାଶୀ ଦେଇ ବନ୍ଧା ହେଲେ ୩ ଅଭିଯୁକ୍ତ । କର୍ଣ୍ଣାଟକର ବେଲଗାଭୀରେ ନୁପୂରଙ୍କୁ ସର୍ବସାଧାରଣ ସ୍ଥାନରେ ଫାଶୀ ଦାବି କରି ପ୍ରତିକାତ୍ମକ ଭାବେ ଏପରି କରିଥିବା ୩ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି । ନୁପୂରଙ୍କ କୁଶପୁତ୍ତଳିକାକୁ ଫାଶୀ ଖୁଣ୍ଟରେ ଟାଙ୍ଗିବା ମୁଦ୍ରାରେ ଝୁଲା ଯାଇଥିଲା । ଗତ ୯ ତାରିଖରେ ଏହି ଘଟଣା ଘଟିଥିବାବେଳେ ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କ ସମ୍ପର୍କରେ ସ୍ଥାନୀୟ ପୋଲିସ ସୂଚନା ପାଇଥିଲା । ଏପରି କାର୍ଯ୍ୟ କରି ହିଂସା ସୃଷ୍ଟିକାରୀ ସ୍ଥିତି ଉତ୍ପନ୍ନ କରିବା ପରି ପ୍ରୟାସ ପାଇଁ ତାଙ୍କୁ ଅଟକ ରଖାଯାଇଥିବା ପୁଲିସ କହିଛି ।