ଟ୍ରାକ୍ଟର ଧକ୍କାରେ ବାଇକ ଚାଳକ ମୃତ

ମୃତ ବ୍ୟକ୍ତି ଜଣକ ବାଇକରେ ଶ୍ରୀୟାଖଣ୍ଡି ଠାରୁ ପାରଳାଖେମୁଣ୍ଡି ଦେଇ ଉପଲଡା ନିଜ ଶାଶୁ ଘରକୁ ଯାଇଥିଲେ…

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା ଗ୍ରାମ ନିକଟରେ ଟ୍ରାକ୍ଟର ସହ ବାଇକ ଧକ୍କା ଫଳରେ ଘଟଣା ସ୍ଥଳରେ ବାଇକ ଅରୋହି ମୃତ୍ୟୁ ଘଟିଥିବାର ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବାଇକ ଅରୋହି ଜଣକ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମେଳିଆପୁଟି ଥାନା ଅନ୍ତର୍ଗତ ଶ୍ରୀୟାଖଣ୍ଡି ଗ୍ରାମର କେ. ପ୍ରସାଦ ବୋଲି ଜଣାପଡିଛି । ମୃତ ବ୍ୟକ୍ତି ଜଣକ ବାଇକରେ ଶ୍ରୀୟାଖଣ୍ଡି ଠାରୁ ପାରଳାଖେମୁଣ୍ଡି ଦେଇ ଉପଲଡା ନିଜ ଶାଶୁ ଘରକୁ ଯାଇଥିଲେ । ହେଲେ ଫେରିବା ସମୟରେ ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିବା ଯୋଗୁଁ ଘଟଣା ସ୍ଥଳରେ ବ୍ୟକ୍ତି ଜଣକ ମୃତ୍ୟ ଘଟିଛି । ଘଟଣା ସ୍ଥଳରେ ଗୁରାଣ୍ଡି ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନା ପଠାଇବା ସହ ଏ ନେଇ ଗୁରାଣ୍ଡି ଥାନା ରେ ଏକ କେସ ରୁଜୁ ହୋଇଛି ।