୧୯ରେ ଫରହାନ ଓ ଶିବାନୀ ପଡିବ ହାତଗଣ୍ଠି

ମୁମ୍ବାଇ: ବଲିଉଡ ଅଭିନେତା ଫରହାନ ଅଖତାର ଓ ଶିବାନୀ ଦାଣ୍ଡେକର ଚଳିତମାସ ଆସନ୍ତା ୧୯ତାରିଖରେ ହାତଗଣ୍ଠି ପଡିବ । ପୂର୍ବରୁ ଉଭୟଙ୍କ ବିବାହକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା । ତେବେ ଏନେଇ ଫରହାନଙ୍କ ମା’ ତାରିଖ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ ଶିବାନୀଙ୍କ ବନ୍ଧୁମାନେ ତାଙ୍କ ପାଇଁ ମେହେନ୍ଦି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଉଭୟଙ୍କର ଆସନ୍ତା ୧୯ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ । ଏହି ବିବାହ କାର୍ଯ୍ୟକ୍ରମରେ କେବଳ ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ବିବାହ ହେବ । ଏକ ଖବର ଅନୁଯାୟୀ ଏହି ବିବାହ କାର୍ଯ୍ୟକ୍ରମ ଫରହାନଙ୍କ ଖଣ୍ଡାଲା ଫାର୍ମହାଉସରେ ହେବ ବୋଲି ଜଣାପଡିଛି ।