‘ବଣିଆର ଶହେକୁ କମାର’ର ଗୋଟିଏ’

୪୨ ଠିକଣାରେ ବୁଲିଲା ସିବିଆଇ-ଇଡି ଖଣ୍ଡା…..

ନୂଆଦିଲ୍ଲୀ: ବୁଧବାର ସକାଳୁ ସିବିଆଇ-ଇଡି ଖଣ୍ଡା ବୁଲିବା ଆରମ୍ଭ କରି ସନ୍ଧ୍ୟା ସୁଦ୍ଧା ୪୨ଟି ଜାଗାରେ ବହୁ ରାଜନେତାଙ୍କୁ ଧରାଶାୟୀ କରିଛି । ରାଜନେତାଙ୍କ ବାହୁଛାୟାରେ ରହି ଦେଶକୁ ଲୁଟୁଥିବା ବ୍ୟବସାୟୀ, ଠିକାଦାର, ଶିଳ୍ପପତିଙ୍କ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ସିବିଆଇ ଦୃଷ୍ଟିରୁ ବାଦପଡ଼ିନି ।

ସୂଚନା ମୁତାବକ ବିହାରରେ ଆରଜେଡିର ୬ ଜଣ ଜଣାଶୁଣା ନେତାଙ୍କ ସମେତ ୨୫ଟି ଜାଗାରେ ସିବିଆଇ ଟିମ୍‌ ଚଢ଼ଉ କରିଥିଲା । ଆରଜେଡି ନିବେଶକ ଅବୁ ଦୋଜାନା ଓ ଲାଲୁଙ୍କ ଓଏସ୍‌ଡି ଭୋଳା ଯାଦବଙ୍କ ଘର ଉପରେ ସିବିଆଇ ଚଢ଼ଉ କରିଛି । ଅନ୍ୟାନ୍ୟ ନେତାଙ୍କ ଭିତରେ ଦୁଇଜଣ ଆରଜେଡି ସାଂସଦ, ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ଏଲ୍‌ସି ଅଛନ୍ତି । ସିବିଆଇର ଗୋଟିଏ ଟିମ୍‌ ଗୁରୁଗ୍ରାମସ୍ଥିତ ଅର୍ବାନ୍‌ କ୍ୟୁବ ୭୧ ମଲରେ ପହଂଚିଥିଲା । ଉକ୍ତ ମଲଟି ଲାଲୁଙ୍କ ପୁଅ ତଥା ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କର । ମଲଟିକୁ ଦୋଜାନାଙ୍କ କମ୍ପାନୀ ନିର୍ମାଣ କରୁଛି । ବିଧାନସଭାରେ ତେଜସ୍ୱୀ କହିଛନ୍ତି ଯେ ମଲଟି ତାଙ୍କର ନୁହେଁ । ଜଣେ ବିଜେପି ସାଂସଦ ଉକ୍ତ ମଲଟିକୁ ଉଦ୍‌ଘାଟନ କରିଥିଲେ ।

ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ବିଜେପି ନାମ ନନେଇ ସିବିଆଇ ଚଢ଼ଉକୁ କଡ଼ା ସମାଲୋଚନା କରି କହିଛନ୍ତି, ୟେ ବଳାକ୍ରାରୀ ପାର୍ଟି । ଫ୍ଲୋରଟେଷ୍ଟ ପୂର୍ବରୁ ନୀଚତା ପ୍ରଦର୍ଶନ କରୁଛନ୍ତି । ଆମକୁ ଡରାଇବା ପାଇଁ ପାଳିତ ପଶୁଙ୍କୁ ପଠାଇଛନ୍ତି । ରାବିଡ଼ି କହିଛନ୍ତି, ଆମେ ନିରବରେ ବସିବା ଲୋକ ନୁହଁ । ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି, ବଣିଆର ଶହେକୁ କମାରଟିର ଗୋଟାଏ ପାହାର ।