ଓଡ଼ିଶା ଉପରେ ପାକିସ୍ତାନ ଓ ଚୀନର ନଜର

ଆମକୁ ହରାଇବା କଥା ଭୁଲିଯାଅ: ଭାରତ

ନୂଆଦିଲ୍ଲୀ: ଚୀନ ଓ ଭାରତ ଏକା ସମୟରେ ଭାରତକୁ ଆକ୍ରମଣ କଲେ, ସେମାନଙ୍କୁ କଡ଼ା ଜବାବ ଦେବାକୁ ଭାରତ ସଂପୂର୍ଣ୍ଣ ସକ୍ଷମ । ସ୍ଥଳ ଅବା ଆକାଶ, ପାହାଡ଼ ଅବା ମରୁଭୂମି, ମହାକାଶ ଅବା ସମୁଦ୍ର । ଶତ୍ରୁପକ୍ଷକୁ ପରାଜୟର ଦ୍ୱାରଦେଶରେ ପହଂଚାଇବା ପାଇଁ ଆମ ପାଖରେ ଏକକୁ ଆରେକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ରହିଛି । ଆମ କମାଣ ଶତ୍ରୁର ଛାତି ଭେଦ କରିବାକୁ ତୟାର । ଶକ୍ତିଶାଳୀ ରକେଟ୍‌ ମାଡ଼ କରି ଶତ୍ରୁର ଜମି, ଜଳ, ବାୟୁ ଓ ଆକାଶ ମଣ୍ଡଳକୁ ପ୍ରଳୟ କରିପାରିବୁ ।

ଭାରତର ତିନିବାହିନୀ ପାଖରେ ମହଜୁଦ ଅସ୍ତ୍ରଶସ୍ତ୍ର ଏକା ସମୟରେ ଦୁଇ ପଡେ଼ାଶୀଙ୍କୁ ଧୂଳି ଚଟାଇବାକୁ ସକ୍ଷମ । ଆମ ଶକ୍ତିକୁ ଆକଳନ କରିବା ପରେ ପାକିସ୍ତାନ ଓ ଚୀନ ମନରୁ ଆକ୍ରମଣ ଶବ୍ଦକୁ ଭୁଲିଯିବେ । ଜିନ୍‌ପିଙ୍ଗଙ୍କ କୁଟିଳ ବୁଦ୍ଧିକୁ ଉପଯୁକ୍ତ ଜବାବ ଦେବାକୁ ଆମସେନା ତୟାର । ପାକିସ୍ତାନ ପାଖରେ ଏକା ହମ୍‌ଲା କରିବାର ସାହସ ନାହିଁ । ପାକିସ୍ତାନ ଚୀନକୁ ଅପେକ୍ଷା କରିଛି । ଚୀନ୍‌ ଯେଉଁ ମୁହୂର୍ତରେ ଭାରତକୁ ଆକ୍ରମଣ କରିବ, ପାକିସ୍ତାନ ଠିକ୍‌ ସେହି ସମୟରେ ଭାରତ ବିରୋଧରେ ଯୁଦ୍ଧ ଘୋଷଣା କରିବ । ଭାରତ ପାଖରେ ଏପରି ଶକ୍ତିଶାଳୀ ରକେଟ୍‌ ରହିଛି ଯାହା ଏକା ସମୟରେ ଚୀନ ଓ ପାକିସ୍ତାନକୁ ଠିକଣା ସ୍ଥାନରେ ପହଂଚାଇ ପାରିବ ।

ଭାରତର ଆଂଟି-ସାଟେଲାଇଟ୍‌ ମିସାଇଲ୍‌ ମହାକାଶରୁ ଶତ୍ରୁପକ୍ଷର ବକ୍ଷକୁ ବିଦାରଣ କରିପାରିବ । ପୁରୁଣା ମିସାଇଲକୁ ଅପ୍‌ଗ୍ରେଡ୍‌ କରି ଆମ ଡିଆରଡିଏ ଗବେଷକ ମଣ୍ଡଳୀ ମହାଶକ୍ତିଶାଳୀ ମିସାଇଲ୍‌ ତିଆରି କରିଛନ୍ତି ଯାହା ଭାରତର ବାୟୁମଣ୍ଡଳ ବାହାରୁ ଓ ଭିତରୁ ଶତ୍ରୁକୁ କଡ଼ା ଜବାବ ଦେଇପାରିବ । ଭାରତର ଆସାଟ୍‌ ମିସାଇଲ ପ୍ରାୟ ୨୦୦୦ କିମିକୁ ଟାର୍ଗେଟ୍‌ କରିପାରିବ । ଓଡ଼ିଶାର ଚାନ୍ଦିପୁର ଘାଟି ଉପରେ ପାକିସ୍ତାନ ଓ ଚୀନ ତୀକ୍ଷ୍ଣ ନଜର ରଖିଛନ୍ତି । ଚାନ୍ଦିପୁର ନିକଟ ହ୍ୱିଲର ଦ୍ୱୀପରୁ ପାକିସ୍ତାନ ଓ ଚୀନକୁ ଭେଦ କରିବା ପାଇଁ ଆମ ପାଖରେ ରହିଛି ଘଂଟାକୁ ୧୪୭୦ରୁ ୬୧୨୬ କିମି ଗତି କରୁଥିବା ମିସାଇଲ୍‌ ।