ପହଲଗାମ୍ ଆତଙ୍କୀ ହମ୍ଲା ପାଇଁ ଓଡ଼ିଶାର ଏହି ମହିଳାଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍ ଦିଆଯାଇଛି । ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ଓଡ଼ିଶା ପୁଲିସ ପକ୍ଷରୁ ଶାରଦା ବାଇଙ୍କୁ ଭାରତ ଛାଡ଼ ନୋଟିସ୍ ଧରାଇ ଦିଆଯାଇଛି । କ’ଣ ତାଙ୍କର ଭୁଲ ଥିଲା? ପହଲଗାମ ଆତଙ୍କୀ ହମ୍ଲା ପାଇଁ ତାଙ୍କୁ କୋଉ ଦୃଷ୍ଟିରୁ ଦାୟୀ କରାଯାଉଛି । ୟା’ର ଜବାବ ତାଙ୍କ ପାଖରେ ନାହିଁ ।
ଦୀର୍ଘ ୩୦ ବର୍ଷ ଧରି ଓଡ଼ିଶାରେ ସଂସାର କରିବା ପରେ ତାଙ୍କୁ ସ୍ୱାମୀ ଓ ପିଲାଙ୍କୁ ଛାଡ଼ି ପାକିସ୍ତାନ ଫେରି ଯିବାକୁ କୁହାଯାଉଛି । ଶାରଦାଙ୍କ ଭିସାକୁ ଅବୈଧ ଘୋଷଣା କରିଛନ୍ତି ଭାରତ ସରକାର । ୫୫ ବର୍ଷୀୟା ଶାରଦା ବାଇ ୧୯୭୦ ମସିହାରେ ପାକିସ୍ତାନର ସିନ୍ଧୁ ପ୍ରଦେଶରେ ଜନ୍ମଲାଭ କରିଥିଲେ । ଶାରଦାଙ୍କ ଜନ୍ମିତ ସହରଟି ସିନ୍ଧୁ ପ୍ରଦେଶର ସୁକୁର । ଏ କଥା ଆମେ କହୁନୁ, ଶାରଦାଙ୍କ ପାକିସ୍ତାନୀ ଭିସା କହୁଛି । ଶାରଦା କହନ୍ତି, ୧୯୮୭ ମସିହାରେ ଶାରଦାଙ୍କ ବାପା ୬୦ ଦିନିଆ ଭିସା ବଳରେ ୬ ଜଣ ପିଲାଙ୍କୁ ଧରି ଭାରତ ଆସିଥିଲେ । ପରେ ଓଡ଼ିଶାର କୋରାପୁଟ ଜିଲ୍ଲାରେ ବସବାସ କଲେ ।
ଆଜକୁ ୩୫ ବର୍ଷ ତଳେ ଶାରଦା ବଲାଙ୍ଗୀର ବ୍ୟବସାୟୀଙ୍କୁ ବିବାହ କଲେ । ଏବେ ତାଙ୍କର ଗୋଟିଏ ପୁଅ, ଗୋଟିଏ ଝିଅ ଓ ଦୁଇଟି ନାତିନାତୁଣୀ ଅଛନ୍ତି । ଶାରଦାଙ୍କ ପିଲାପିଲି ଭାରତର ନାଗରିକ । ଶାରଦାଙ୍କ ନିକଟରେ ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଭୋଟର ପରିଚୟ ପତ୍ର ଓ ଆଧାର କାର୍ଡ ରହିଛି । ତଥାପି ତାଙ୍କୁ ଓଡ଼ିଶା ପୁଲିସ ଭାରତ ଛାଡ଼ିବାକୁ ଏକପ୍ରକାର ଧମକ ଦେଇଛି । ଭାରତ ନଛାଡ଼ିଲେ ଶାରଦାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓଡ଼ିଶା ପୁଲିସ ସଫା ସଫା ଜଣାଇ ଦେଇଛି ।
ଶାରଦା ଏବେ କ’ଣ କରିବେ? ପୁଅଝିଅ ନାତିନାତୁଣୀଙ୍କୁ ଛାଡ଼ି ପାକିସ୍ତାନ ଫେରିଯିବେ ନା ଭାରତ ସରକାରଙ୍କ ଦଣ୍ଡକୁ ସ୍ୱୀକାର କରିବେ । ଶାରଦାଙ୍କ ପକ୍ଷେ କୋଉ ପଦକ୍ଷେପ ଠିକ ରହିବ, ଏ ପ୍ରଶ୍ନର ଜବାବ ଦବାକୁ ଚାହୁଁଥିଲେ, ଆପଣମାନେ ଆମ ଚାନେଲକୁ ସବ୍ ସ୍କ୍ରାଇବ କରନ୍ତୁ । ଆମ ଚାନେଲକୁ ଲାଇକ୍ କରନ୍ତୁ । ଆମ ପାଠ ଉପରେ କମେଂଟ ନିଶ୍ଚିତ କରନ୍ତୁ ଯାହା ଫଳରେ ଆମେ ଆପଣଙ୍କୁ ରୋଜ ମନଲାଖି ଖବର ପରିବେଷଣ କରିପାରିବୁ ।
ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଶାରଦା କହିଛନ୍ତି ଯେ ସେ ଭାରତକୁ ତାଙ୍କ ଦେଶ ବୋଲି ଭାବନ୍ତି । ସେ ପିଲାପିଲି ନାତିନାତୁଣୀଙ୍କୁ ଛାଡ଼ି ପାକିସ୍ତାନ ଯିବାକୁ ଚାହୁଁନାହାନ୍ତି । ଭାରତ ସରକାର ତାଙ୍କ ପ୍ରତି କୃପା କରନ୍ତୁ ।
ଆମ ନିକଟରେ ଥିବା ଖବର ମୁତାବକ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୧୨ ଜଣ ପାକ୍ ନାଗରିକ ଦୀର୍ଘ ଦିନ ଧରି ବସବାସ କରି ଆସୁଛନ୍ତି । ପହଲଗାମ ହମ୍ଲା ପରେ ସମସ୍ତଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।