ଚୀନରେ ୩୧ତମ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାରେ ଭାରତୀୟଙ୍କ ଆଥଲେଟଙ୍କ ପ୍ରଦର୍ଶନ

ଚୀନରେ ଆୟୋଜିତ ୩୧ତମ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାରେ ଭାରତୀୟ ଆଥଲେଟମାନେ ରେକର୍ଡ ସଂଖ୍ୟାରେ ୧୧ ସ୍ୱର୍ଣ୍ଣ, ୫ ରୌପ୍ୟ, ୧୦ ବ୍ରୋଞ୍ଜ ସହ ୨୬ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ପ୍ରଶଂସା କରିଛନ୍ତି ।  ୧୯୫୯ ମସିହାରେ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା ଆରମ୍ଭ ହେବା ପରଠାରୁ ଏହା ହେଉଛି ଭାରତର ସର୍ବୋତ୍ତମ ପ୍ରଦର୍ଶନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏବଂ ଏହି ସଫଳତା ପାଇଁ ଆଥଲେଟ, ସେମାନଙ୍କ ପରିବାର ଓ ପ୍ରଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଏପରି କ୍ରୀଡ଼ା ପ୍ରଦର୍ଶନ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବ!’ ୩୧ତମ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାରେ ଭାରତୀୟ ଆଥଲେଟମାନେ ୨୬ ପଦକ ହାସଲ କରି ରେକର୍ଡ ଭାଙ୍ଗିଛନ୍ତି । ଏହା ଆମର ସର୍ବୋତ୍ତମ ପ୍ରଦର୍ଶନ । ଏଥିରେ ୧୧ ସ୍ୱର୍ଣ୍ଣ, ୫ ରୌପ୍ୟ ଏବଂ ୧୦ଟି ବ୍ରୋଞ୍ଜ ପଦକ ଅନ୍ତର୍ଭୂକ୍ତ । ଆମ ଅତୁଳନୀୟ ଆଥଲେଟମାନଙ୍କୁ ସାଲ୍ୟୁଟ୍‌, ଯେଉଁମାନେ ଦେଶର ଗୌରବ ବଢ଼ାଇଛନ୍ତି ଏବଂ ଆଗାମୀ ଦିନର କ୍ରୀଡ଼ବିତମାନଙ୍କୁ ପ୍ରେରଣା ଦେଇଛନ୍ତି ।

‘ବିଶେଷ ଖୁସିର କଥା ହେଉଛି, ୧୯୫୯ ମସିହାରେ ଡେବ୍ୟୁ କରିବା ପରଠାରୁ ଏବେ ସୁଦ୍ଧା ଭାରତ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାରେ ମୋଟ ୧୮ଟି ପଦକ ଜିତିଥିଲା । ହେଲେ ୨୬ ପଦକ ସହ ଚଳିତ ବର୍ଷର ପ୍ରଦର୍ଶନ ବାସ୍ତବରେ ଉଲ୍ଲେଖନୀୟ । ଏଭଳି ଚମତ୍କାର ପ୍ରଦର୍ଶନ ଆମ ଆଥଲେଟମାନଙ୍କ ଅଦମ୍ୟ ଉତ୍ସର୍ଗର ପ୍ରମାଣ । ଏହି ସଫଳତା ପାଇଁ ମୁଁ ଆଥଲେଟ, ସେମାନଙ୍କ ପରିବାର ଏବଂ ପ୍ରଶିକ୍ଷକମାନଙ୍କ ପ୍ରଶଂସା କରୁଛି ଓ ସେମାନଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛି ।’