ପେଟ୍ରୋଲ ୫ ଓ ଡିଜେଲ ୩ ଟଙ୍କା କମିଲା

Petrol Diesel Price…

ମୁମ୍ବାଇ : ମହାରାଷ୍ଟ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଉପରେ ବର୍ଦ୍ଧିତକର ଯଥାକ୍ରମେ ୫ଟଙ୍କା ଏବଂ ୩ଟଙ୍କା ହ୍ରାସ କରାଯିବାର ନିଷ୍ପତ୍ତି ନିଆଯାଇଛି । ଏହି ହ୍ରାସ ପରେ ମୁମ୍ବାଇରେ ପେଟ୍ରୋଲ ୯୪.୨୮ ପଇସା ଏବଂ ଡିଜେଲ ୧୦୬.୩୫ ପଇସା ହେବ ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଶସ୍ତା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଯୋଗୁଁ ରାଜ୍ୟ ସରକାରଙ୍କ ଟ୍ରେଜେରୀ ଉପରେ ୬ ହଜାର କୋଟି ଟଙ୍କା ଆର୍ଥିକ ବୋଝ ହେବ । ଏହି ସମ୍ବଳକୁ ସେ ଅନ୍ୟ ସମ୍ବଳ ସହିତ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ରାଜ୍ୟର ବିକାଶ କାର୍ଯ୍ୟ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସିନ୍ଧେ କହିଛନ୍ତି ।