ଭାରତଠୁ ବ୍ରହ୍ମାସ କ୍ଷେପଣାସ୍ତ୍ର କିଣିବ ଫିଲିଫାଇନ୍ସ

ନୂଆଦିଲ୍ଲୀ: ଭାରତଠୁ ବ୍ରହ୍ମାସ କ୍ଷେପଣାସ୍ତ୍ର କିଣିବାକୁ ଯାଉଛି ଫିଲିପାଇନ୍ସ । ବ୍ରହ୍ମାସ କ୍ଷେପଣାସ୍ତ୍ର ପାଇଁ ସରକାର ୪୧୦ କୋଟି ଟଙ୍କା ଅଗ୍ରିମ ଦେୟ ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ, କରୋନା ମହାମାରୀ ହେତୁ ଏହି ଡିଲ୍‌ ବିଳମ୍ବିତ ହେଉଥିଲା । ଫିଲିପାଇନ୍ସ ନୌସେନା ଅଧିଗ୍ରହଣ ପ୍ରକ୍ରିୟାର ଏକ ଅଂଶ ଭାବରେ ଚଳିତ ମାସ ଆରମ୍ଭରେ ହାଇଦ୍ରାବାଦରେ ବ୍ରହ୍ମାସ କ୍ଷେପଣାସ୍ତ୍ର ଏରୋସ୍ପେସ୍‌ ଉତ୍ପାଦନ ୟୁନିଟ୍‌ ପରିଦର୍ଶନ କରିଥିଲା ।

ସେହିପରି ବ୍ରହ୍ମାସ କ୍ଷେପଣାସ୍ତ୍ର କ୍ରୟ କରିବାରେ ଫିଲିପାଇନ୍ସ ହେଉଛି ପ୍ରଥମ ଦେଶ ।