ମହଙ୍ଗା ପଡ଼ିଲା ଜଳପ୍ରପାତ ନିକଟରେ ବଣଭୋଜି

ମହଙ୍ଗା ପଡ଼ିଛି ଜଳପ୍ରପାତ ନିକଟରେ ବଣଭୋଜି । ସାମାନ୍ୟ ତ୍ରୁଟି କାରଣରୁ ବର୍ଷକର ପିଲା ସମେତ ୭ ଜଣ ଭାସି ଯାଇଛନ୍ତି ।

କର୍ଣ୍ଣାଟକର ତୁମକୁରୁ ଅଂଚଳରେ ବସବାସ କରୁଥିବା ଗୋଟିଏ ପରିବାର ଛୁଟିଦିନ କଟାଇବା ପାଇଁ ଯାଇଥିଲେ ମାର୍କୋଣାହାଲି ଜଳପ୍ରପାତ ନିକଟକୁ ।

ମଧ୍ୟାହ୍ନ ଭୋଜନ ଶେଷ କରି ପରିବାର ଯାଇଥିଲେ ଜଳପ୍ରପାତର ବିଶାଳ ଜଳରାଶି ଦେଖିବାକୁ । ମହିଳା ଓ ଛୋଟ ପିଲାଙ୍କୁ ମିଶାଇ ଗୋଟିଏ ୭ ଜଣିଆ ପରିବାର ପ୍ରପାତର ଜଳଭଣ୍ଡାରକୁ ପ୍ରବେଶ କରିଥିଲେ ।

ହଠାତ୍ ସାଇଫନ୍ ଖୋଲିଗଲା, ବିଶାଳ ଜଳରାଶିର ପ୍ରବଳ ସ୍ରୋତ ହାବୁଡ଼ରେ ପଡ଼ିଗଲେ ସଂପୂର୍ଣ୍ଣ ପରିବାର ।

ଏପରି ଏକ ଅପ୍ରତ୍ୟାଶିତ ଘଟଣାକୁ କୂଳରେ ଠିଆ ହୋଇ ଦେଖିବା ଛଡ଼ା ଆଉ କ’ଣ କରିବାର ଥିଲା । ଉଦ୍ଧାରକାରୀ ଟିମ୍ ବହୁ କଷ୍ଟ ସ୍ୱୀକାର କରି ଜଣକୁ ଉଦ୍ଧାର କରିଛନ୍ତି ଓ ତାଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଛନ୍ତି ।

ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି । ମଙ୍ଗଳବାର ଦିନ ସନ୍ଧ୍ୟା ପରେ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଥିଲା । ବୁଧବାର ଦିନ ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଜଳଭଣ୍ଡାରରେ ହଠାତ୍ ଜଳସ୍ତର ବଢ଼ିଯିବା କାରଣରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଜଳପ୍ରପାତ ଇଂଜିନିୟର କହିଛନ୍ତି ।

ବିନା ସୂଚନାରେ ସାଇଫନ୍ ବାଟ ଦେଇ ଜଳଭଣ୍ଡାର ଭିତରକୁ ଜଳ ପ୍ରବେଶ କଲା କିପରି? ତାହା ସମସ୍ତଙ୍କ ପାଇଁ ବିରାଟ ପ୍ରଶ୍ନ ହୋଇଛି ।

ନିଖୋଜ ଚାରିଜଣଙ୍କ ବୟସ ଯଥାକ୍ରମେ ୪୫, ୪୪, ୪ ଓ ୧ ।