ଆପ୍‌ ଅଫିସରେ ପୋଲିସର ଚଢ଼ଉ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନୀତିକୁ ନେଇ ସିବିଆଇ, ଇଡି ଘାଣ୍ଟି…..

ଅହମ୍ମଦାବାଦ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନୀତିକୁ ନେଇ ସିବିଆଇ, ଇଡି ଘାଣ୍ଟି ସାରିବା ପରେ ଏବେ ପଦାକୁ ଆସିଛି ସିଏନଜି ବସ କିଣା ଦୁର୍ନୀତି । ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହାମଧ୍ୟରେ କେଜ୍ରିୱାଲ ଏବେ ଗୁଜରାଟ ଗସ୍ତରେ ଥିବା ବେଳେ ସେଠାରେ ବି ତାଙ୍କ ପିଛା ଛାଡ଼ୁନି ଟେନସନ । ଅହମ୍ମଦାବାଦସ୍ଥିତ ଆପ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଗୁଜରାଟ ପୁଲିସ । ଆପ କାର୍ଯ୍ୟାଳୟରେ ଗୁଜରାଟ ପୁଲିସ ୨ ଘଣ୍ଟା ରେଡ କରିଥିବା ବେଳେ କିଛି ପାଇନାହିଁ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅହମ୍ମଦାବାଦରେ ପହଞ୍ଚିବା ପରେ ପାର୍ଟି କାର୍ଯ୍ୟାଳୟରେ ଗୁଜରାଟ ପୁଲିସ ରେଡ କରିଥିଲା । ଏନେଇ ଟ୍ୱିଟ କରି କେଜ୍ରିୱାଲ କହିଛନ୍ତି, ଗୁଜରାଟ ପୁଲିସ ପାର୍ଟି କାର୍ଯ୍ୟାଳୟରେ କିଛି ପାଇ ନାହିଁ । କାରଣ ଏଏପି ନେତା ତଥା କର୍ମୀମାନେ ଅତ୍ୟନ୍ତ ସଚ୍ଚୋଟ ଅଟନ୍ତି । କେଜ୍ରିୱାଲ କହିଛନ୍ତି, ଗୁଜରାଟର ଲୋକଙ୍କଠାରୁ ମିଳିଥିବା ଅପାର ସମର୍ଥନ ଯୋଗୁଁ ବିଜେପି ଗଭୀର ଭାବେ ଚକିତ ହୋଇ ଯାଇଛି । ଆପ ସପକ୍ଷରେ ଗୁଜୁରାଟରେ ଏକ ଝଡ଼ ସୃଷ୍ଟି ହୋଇଛି । ପୂର୍ବରୁ ଦିଲ୍ଲୀରେ ବାରମ୍ବାର ଚଢ଼ାଉ କରି ମଧ୍ୟ କିଛି ମିଳି ନ ଥିଲା । ଏବେ ଗୁଜୁରାଟରେ ମଧ୍ୟ ସେପରି କିଛି ମିଳି ନାହିଁ ବୋଲି ସେ କହିଛନ୍ତି ।