ଅପରାଧିଙ୍କ ବିନା ରାଜନୈତିକ ଦଳର ଅସ୍ତିତ୍ୱ ନାହିଁ

ନୂଆଦିଲ୍ଲୀ: ଆଜିକାଲି ସବୁ ରାଜନୈତିକ ଦଳରେ କିଛି ଅପରାଧି ରହିବା ଜରୁରୀ ହୋଇଯାଇଛି । ସତେ ଯେପରି ଅପରାଧିଙ୍କ ବିନା ରାଜନୀତି ଅସମ୍ଭବ ପ୍ରାୟ । ନିକଟରେ ଶେଷ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜୟୀ ବିଧାୟକଙ୍କ ଭିତରୁ ଅଧିକାଂଶ ଅପରାଧ ଦୁନିଆରୁ ଆସିଥିବା ଜଣାପଡ଼ିଛି।

୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାକୁ ନିର୍ବାଚିତ ସଭ୍ୟମାନଙ୍କ ଭିତରୁ ପ୍ରାୟ ୯୦ ଜଣଙ୍କର ଅପରାଧ ଦୁନିଆ ସହିତ ସଂପର୍କ ରଖିଛନ୍ତି । ୩୪ ଜଣ ବିଧାୟକ ଗୁରୁତର ଅପରାଧରେ ଜଡ଼ିତ ଥିବା ସତ୍ୟପାଠରୁ ସ୍ପଷ୍ଟ । ଅପରାଧ ଅଭିଯୁକ୍ତ ବିଧାୟକଙ୍କ ଭିତରୁ ୫୧ ଜଣ ବିଜେପି ଟିକେଟ ପାଇ ଜିତିଛନ୍ତି । କଂଗ୍ରେସ ଟିକେଟ୍‌ ପାଇ ୩୮ ଜଣ ଓ ଜଣେ ଭାରତୀୟ ଆଦିବାସୀ ପାର୍ଟିରୁ ଜିତିଛନ୍ତି । ୨୦୧୮ ବିଧାନସଭା ନିର୍ବାଚନରେ ଅପରାଧ ଅଭିଯୁକ୍ତ ବିଧାୟକଙ୍କ ସଂଖ୍ୟା ୯୪ ଥିଲା ।

କେବଳ ମଧ୍ୟପ୍ରଦେଶ ନୁହେଁ, ସବୁ ରାଜ୍ୟରେ ସକ୍ରିୟ ରାଜନୈତିକ ଦଳରେ ଅପରାଧ ଅଭିଯୁକ୍ତ ନେତା ରହିବା ଉଚିତ ବୋଲି ବିଜେପି, କଂଗ୍ରେସ, ଏନସିପି ଭଳି ଦଳଗୁଡ଼ିକ କହିଛନ୍ତି । ଓଡ଼ିଶାର ବିଜେଡି, ବିଜେପି ଓ କଂଗ୍ରେସରେ ଏକାଧିକ ଅପରାଧ ଅଭିଯୁକ୍ତ ଅଛନ୍ତି । ସେମାନଙ୍କ ଭିତରୁ କିଛି ଏବେ ବିଧାୟକ ଅବା ସାଂସଦ ଅଛନ୍ତି ।

ବିଜେଡିରେ ସର୍ବାଧିକ ଅପରାଧ ଅଭିଯୁକ୍ତ ରହିଛନ୍ତି । ବିଜେପିର କିଛି ବିଧାୟକ ଯାନିଯାତ୍ରାରେ ଖଣ୍ଡା ବୁଲାଇ ଆପଣା ବାହାଦୁରି ଦେଖାଇଛନ୍ତି । ସେମାନଙ୍କ ମତରେ ସାଧାରଣ ଲୋକଙ୍କ ଆଗରେ ଖଣ୍ଡା ବୁଲାଇବା ବେଆଇନ ନୁହେଁ ବରଂ ପରମ୍ପରାଗତ ।