କୋଭିଡ ୧୯ ଠାରୁ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ସଂଖ୍ୟକ ଯାତ୍ରୀ ପରିବହନ ପାଇଁ ଭାରତୀୟ ବେସାମରିକ ବିମାନ ଚଳାଚଳକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେସାମରିକ ବିମାନ ଚଳାଚଳକୁ କେବଳ ଦୈନିକ ୪ ଲକ୍ଷ ଯାତ୍ରୀ ଯାତ୍ରୀ ପରିବହନକୁ ଟପିବାପାଇଁ ନୁହେଁ, ବରଂ କୋଭିଡ ୧୯ ପୂର୍ବରୁ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ସଂଖ୍ୟା ହାସଲ କରିଥିବାରୁ ପ୍ରଶଂସା କରିଛନ୍ତି । ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ସମଗ୍ର ଭାରତରେ ଯୋଗାଯୋଗକୁ ଆହୁରି ସୁଦୃ ଉପରେ ଗୁୀରୁତ୍ୱ ଦିଆଯାଉଛି, ଯାହା “ଜୀବନ ଯାପନରେ ସହଜତା” ଏବଂ ଅର୍ଥନୈତିକ ପ୍ରଗତି ପାଇଁ ଗୁରୁତ୍ୱପୂର୍ଣ୍ଣ ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏକ ଟୁଇଟକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଛନ୍ତି;

“ସଫଳତାର ପ୍ରତୀକ । ଆମର ଧ୍ୟାନ ହେଉଛି ସମଗ୍ର ଭାରତରେ ଯୋଗାଯୋଗକୁ ଆହୁରି ଉନ୍ନତ କରିବା, ଯାହା ‘ଜୀବନ ଯାପନର ସହଜତା’ ଏବଂ ଅର୍ଥନୈତିକ ପ୍ରଗତି ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।“