୫୦ତମ ଦିନିକିଆ ଶତକ ହାସଲ କରିଥିବାରୁ ବିରାଟ କୋହଲିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିରାଟ କୋହଲି ପ୍ରଥମ କ୍ରିକେଟର ଭାବେ ୫୦ ଦିନିକିଆ ଅନ୍ତର୍ଜାତୀୟ ଶତକ ହାସଲ କରିଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘’ଆଜି ବିରାଟ କୋହଲି କେବଳ ତାଙ୍କର ୫୦ତମ ଦିନିକିଆ ଶତକ ହାସଲ କରିନାହାନ୍ତି ବରଂ ଶ୍ରେଷ୍ଠ କ୍ରୀଡ଼ାଦକ୍ଷତାର ପରିଚୟ ଦେଉଥିବା ଉତ୍କର୍ଷତା ଓ ନିଷ୍ଠାର ଭାବନାର ଉଦାହରଣ ମଧ୍ୟ ଦେଇଛନ୍ତି।‘

ଏହି ଉଲ୍ଲେଖନୀୟ ମାଇଲଖୁଣ୍ଟ ତାଙ୍କର ସ୍ଥାୟୀ ସମର୍ପଣ ଏବଂ ଅସାଧାରଣ ପ୍ରତିଭାର ପ୍ରମାଣ । ମୁଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ସେ ଭବିଷ୍ୟତ ପିଢ଼ି ପାଇଁ କିର୍ତ୍ତୀମାନ ସ୍ଥାପିତ କରିବା ଜାରି ରଖନ୍ତୁ।