ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଗୁରୁଦ୍ୱାର ରକାବ ଗଞ୍ଜ ସାହିବ ପରିଦର୍ଶନ କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ନୂଆଦିଲ୍ଲୀର ଗୁରୁଦ୍ୱାର ରକାବ ଗଞ୍ଜ ସାହିବ ପରିଦର୍ଶନ କରିଛନ୍ତି । ଏହି ଗସ୍ତ ବିଷୟରେ କିଛି ଝଲକ ବାଣ୍ଟି ଶ୍ରୀ ମୋଦୀ କହିଛନ୍ତି ଯେ ସେବା ଏବଂ ମାନବତା ପ୍ରତି ଶିଖ ସମ୍ପ୍ରଦାୟର ଅଟଳ ପ୍ରତିବଦ୍ଧତା ସାରା ବିଶ୍ୱରେ ପ୍ରକୃତରେ ପ୍ରଶଂସନୀୟ ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି; “ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଏବଂ ମୁଁ ଗଭୀର ବିଶ୍ୱାସ ଏବଂ ଇତିହାସର ସ୍ଥାନ ଗୁରୁଦ୍ୱାର ରକାବ ଗଞ୍ଜ ସାହିବ ପରିଦର୍ଶନ କରିଥିଲୁ । ସେବା ଏବଂ ମାନବତା ପ୍ରତି ଶିଖ ସମ୍ପ୍ରଦାୟର ଅଟଳ ପ୍ରତିବଦ୍ଧତା ସାରା ବିଶ୍ୱରେ ପ୍ରକୃତରେ ପ୍ରଶଂସନୀୟ ।