ଗୋଆ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଗୋଆ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା! ଗୋଆ ଶାନ୍ତି ଏବଂ ଉଲ୍ଲାସର ଏକ ଉତ୍କୃଷ୍ଟ ମିଶ୍ରଣ, ଯାହା କି ଅନନ୍ୟ ସଂସ୍କୃତି ଏବଂ ଅଦ୍ଭୁତପୂର୍ବ ବିଚାରଧାରାରେ ପ୍ରେରିତ କରିଥାଏ । ମୁଁ ଗୋଆବାସୀଙ୍କ ଉନ୍ନତି ଏବଂ ସମୃ୍‌ଦ୍ଧି ପାଇଁ ପ୍ରାର୍ଥନା କରୁଛି ଏବଂ ଆଶା କରୁଛି କି ସେମାନେ ଭାରତର ବିକାଶପଥକୁ ମଜଭୁତ କରିବା ଜାରି ରଖିବେ ।’