ବ୍ରାଜିଲ ରାଷ୍ଟ୍ରପତିକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିରୋସିମା ଜି-7 ଶିଖର ସମ୍ମିଳନୀ ଅବସରରେ 21 ମଇ 2023ରେ ବ୍ରାଜିଲର ରାଷ୍ଟ୍ରପତି ମହାମହିମ ଶ୍ରୀ ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କୁ ସାକ୍ଷାତ କରିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଏହା ଥିଲା ପ୍ରଥମ ସାକ୍ଷାତ । ଉଭୟ ରାଜନେତା ଏହା ଉଲ୍ଲେଖ କରିଥିଲେ ଯେ, ଚଳିତବର୍ଷ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ବନ୍ଧର 75 ବର୍ଷ ପୁର୍ତି ପାଳନ କରାଯାଉଛି । ଉଭୟ ରାଜନେତା ନିଜର ରଣନୀତିକ ଭାଗିଦାରୀର ସମୀକ୍ଷା କରିଛନ୍ତି ଏବଂ ବିଶେଷକରି ପ୍ରତିରକ୍ଷା ଉତ୍ପାଦନ, ବ୍ୟବସାୟ, ଔଷଧ, କୃଷି, ଦୁଗ୍ଧ ଓ ପଶୁପାଳନ ତଥା ଜୈବ- ଇନ୍ଧନ ଏବଂ ସ୍ୱଚ୍ଛ ଉର୍ଜ୍ଜା କ୍ଷେତ୍ରରେ ଏହାକୁ ଆହୁରସୁଦୃଢ କରିବାର ପଦ୍ଧତି ଉପରେ ଆଲୋଚନା କରିଥିଲେ । ଉଭୟ ରାଜନେତା ଦୁଇ ଦେଶର ବ୍ୟବସାୟ ଜଗତର ଅଗ୍ରଣୀ ବ୍ୟକ୍ତି ବିଶେଷମାନଙ୍କର ଏକ ଉଚ୍ଚ ସ୍ତରୀୟ ବୈଠକ ଆୟୋଜନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।ଉଭୟ ରାଜନେତା ଆଂଚଳିକ (କ୍ଷେତ୍ରୀୟ) ବିକାଶ ଓ ଘଟଣାକ୍ରମ ଉପରେ ନିଜ ନିଜର ମତ ଆଦାନ ପ୍ରଦାନ କରିଥିଲେ । ସେମାନେ ବହୁପକ୍ଷୀୟ ମଂଚରେ ନିରନ୍ତର ସହଯୋଗ ଏବଂ ବହୁପକ୍ଷୀୟ ସଂଗଠନରେ ସଂସ୍କାର ନେଇ ଦୀର୍ଘ ସମୟ ଧରି ଚାଲି ଆସୁଥିବା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।ଚଳିତ ବର୍ଷ ସେପ୍ଟେମ୍ବରରେ ଜି-20 ଶିଖର ସମ୍ମିଳନୀ 

ଅବସରରେ ଭାରତରେ ରାଷ୍ଟ୍ରପତି ଲୁଲାଙ୍କୁ ସ୍ୱାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତୀକ୍ଷା କରିଥିବା କହିଥିଲେ ।