ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ସ୍ୱାମୀ ବିବେକାନନ୍ଦ ଯୁବକମାନଙ୍କ ପାଇଁ ଏକ ଶାସ୍ୱତ ପ୍ରେରଣା, ଯିଏ ଯୁବ ମନରେ ଉତ୍ସାହ ଏବଂ ଉଦ୍ଦେଶ୍ୟକୁ ପ୍ରଜ୍ୱଳିତ କରିଚାଲିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଯୁବକମାନଙ୍କ ପାଇଁ ଏକ ଶାସ୍ୱତ ପ୍ରେରଣା, ସେ ଯୁବ ମନରେ ଉତ୍ସାହ ଓ ଉଦ୍ଦେଶ୍ୟକୁ ପ୍ରଜ୍ୱଳିତ କରିଚାଲିଛନ୍ତି । ଏକ ଶକ୍ତିଶାଳୀ ତଥା ବିକଶିତ ଭାରତର ତାଙ୍କର ଦୃଷ୍ଟିକୋଣ ପୂରଣ କରିବାକୁ ଆମେ ପ୍ରତିଶୃତିବଦ୍ଧ ।”