ଘନିଷ୍ଠ ଲୋକଙ୍କ ହାତରେ ମରିବେ ପୁତିନ

ଉଭୟ ରାଷ୍ଟ୍ର ନିଜକୁ ଯୁଦ୍ଧ ବିଜେତା ଭାବେ ଘୋଷଣା କରୁଛନ୍ତି….

କିଭ: ରୁଷିଆ ରାଷ୍ଟ୍ରପତି ପୁତିନଙ୍କର ଶେଷ ସମୟ ପାଖେଇ ଆସିଲାଣି । ପୁତିନ ତାଙ୍କର ଜଣେ ଖାସ୍‌ ଲୋକଙ୍କ ହାତରେ ମରିବାକୁ ଯାଉଛନ୍ତି ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମୀର ଜେଲେନ୍‌ସ୍କି । ରୁଷିଆ-ୟୁକ୍ରେନ ଯୁଦ୍ଧ ଆଧାରିତ ଏକ ପ୍ରାମାଣିକ ଚିତ୍ରରେ ଏହି ସଂଳାପ କହିଛନ୍ତି ଜେଲେନ୍‌ସ୍କି । ଗତ ଫେବୃଆରୀ ୨୪ ତାରିଖ ଦିନ ରୁଷିଆ ୟୁକ୍ରେନକୁ ହମ୍‌ଲା କରିଥିଲା । ଉଭୟ ରାଷ୍ଟ୍ର ନିଜକୁ ଯୁଦ୍ଧ ବିଜେତା ଭାବେ ଘୋଷଣା କରୁଛନ୍ତି ।

ନିକଟ ଅତୀତରେ ଜେଲେନ୍‌ସ୍କି ସ୍ପଷ୍ଟ କରିଥିଲେ ଯେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋଏ ବାଇଡେନ୍‌ ଆପଣା ଇଛାରେ କିଭ୍‌ରେ ପାଦ ଦେଇଥିଲେ । ନ୍ୟୁଜୱିକ୍‌ ମାଗାଜିନ ପକ୍ଷରୁ ନିର୍ମିତ ପ୍ରାମାଣିକ ଚିତ୍ରରେ ଜେଲେନ୍‌ସ୍କି କହିଛନ୍ତି, ସେଦିନ ଆଉ ବେଶି ଦୂର ନାହିଁ ଯୋଉଦିନ ପୁତିନଙ୍କର କିଛି ଖାସ୍‌ ଲୋକ ତାଙ୍କ ବିରୋଧରେ କାମ କରିବେ ।

ରୁଷିଆ ଭିତରେ ପୁତିନଙ୍କ ବିରୋଧରେ ବିଦ୍ରୋହ ମୁଣ୍ଡ ଟେକିବ । ସେହି ବିଦ୍ରୋହ ପୁତିନଙ୍କ ପାଇଁ କାଳ ହେବ । ପୁତିନଙ୍କର ଅତି ବିଶ୍ୱାସୀ ଲୋକ ତାଙ୍କର ଶିକାର କରିବ । ସେଦିନଟି କେବେ ଆସିବ, ସେ ସଂପର୍କରେ ମୁଁ କିଛି ଜାଣିନି ।