ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦ ହୋଇଛି। ଲୋକସଭା ସଚିବାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତକାଲି ‘ମୋଦୀ ସରନେମ’ ମାମଲାରେ ସୁରଟର ଏକ କୋର୍ଟ ଶ୍ରୀ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦେବାପରେ ଆଜି ଲୋକସଭା ସଚିବାଳୟ ତାଙ୍କ ସଦସ୍ୟତା ରଦ୍ଦ କରିଛନ୍ତି। କେରଳର ୱାଏନାଡ଼ ସଂସଦୀୟ କ୍ଷେତ୍ରରୁ ଶ୍ରୀ ଗାନ୍ଧୀ ନିର୍ବାଚିତ ହୋଇଥିଲେ।