ବିଜେପିରେ ସାମିଲ ହେବା ନେଇ ମୁହଁ ଖୋଲିଲେ ରାହୁଲ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରାହୁଲ ଦ୍ରାବିଡ ବିଜେପି କାର୍ଯ୍ୟକ୍ରମରେ ସାମିଲ ହେବା …

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରାହୁଲ ଦ୍ରାବିଡ ବିଜେପି କାର୍ଯ୍ୟକ୍ରମରେ ସାମିଲ ହେବା ଖବରକୁ ଖଣ୍ଡନ କରିଛି । ସୂଚନାଯୋଗ୍ୟ ଯେ, ହିମାଚଳ ପ୍ରଦେଶର ଧର୍ମଶାଳାରେ ବିଜେପିର ଯୁବ ମୋର୍ଚ୍ଚା କାର୍ଯ୍ୟ ସମିତିରେ ରାହୁଲ ଦ୍ରାବିଡ ଯୋଗ ଦେବେ ବୋଲି ବିଜେପିର ଜଣେ ବିଧାୟକ କହିଥିଲେ । କିନ୍ତୁ ଏବେ ନିଜେ ରାହୁଲ ଦ୍ରାବିଡ ମତ ରଖିଛନ୍ତି । ସେ ଏହି ଖବରକୁ ଖଣ୍ଡନ କରିଛନ୍ତି । ସେହିପରି ରାହୁଲ ଦ୍ରାବିଡ ଏହି ଖବରକୁ ଗୁଜବ ବୋଲି କହିଛନ୍ତି । ସେହିପରି ସେ କହିଛନ୍ତି ଯେ, ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ, ଉକ୍ତ ରିପୋର୍ଟ ଭୁଲ୍‌ ଅଟେ । ବିଜେପି ବିଧାୟକ ନହେରିଆ କହିଥିଲେ ଏହି କାର୍ଯ୍ୟକ୍ରମରେ ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ ଯୋଗଦେବେ ।