ହସ୍ପିଟାଲରୁ ଡିସଚାର୍ଜ ହେଲେ ରାହୁଲ ସାହୁ
ହସ୍ପିଟାଲରୁ ଡିସଚାର୍ଜ ହେଲେ ରାହୁଲ ସାହୁ । ଛତିଶଗଡର ଜାଞ୍ଜଗିର ଜିଲ୍ଲାର ଏକ…
ଛତିଶଗଡ : ହସ୍ପିଟାଲରୁ ଡିସଚାର୍ଜ ହେଲେ ରାହୁଲ ସାହୁ । ଛତିଶଗଡର ଜାଞ୍ଜଗିର ଜିଲ୍ଲାର ଏକ ବୋରୱେଲରେ ଖସିପଡିଥିବା ରାହୁଲ ଏବେ ସୁସ୍ଥ ହୋଇଛି । ରାହୁଲ ହସ୍ପିଟାଲରେ ଚଲାବୁଲା କରିବା ସହିତ ବେଡରେ ମୋବାଇଲ ଦେଖି ଗୀତ ଶୁଣୁଥିବା ଦେଖିବାକୁ ମିଳିଥିଲା । ରାହୁଲ ଦିବ୍ୟାଙ୍ଗ ହୋଇଥିବାରୁ ସେ ଶୁଣିପାରେନି କି କଥା ହୋଇପାରେନି ।
ଏବେ ରାହୁଲର ସ୍ପିଚ ଥେରାପୀ ଚିକିତ୍ସା ଉପରେ ଡାକ୍ତର ଗୁରୁତ୍ୱ ଦେଉଥିବା ସୂଚନା ରହିଛି । ବୋରୱେଲ ଭିତରୁ ଉଧାର ହେବା ପରେ ରାହୁଲକୁ ରାଜଧାନୀ ବିଳାଶପୁର ସ୍ଥିତ ଆପଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଏକ ଡାକ୍ତରୀ ଟିମ୍ ରାହୁଲଙ୍କ ଚିକିତ୍ସା କରୁଛି ।