କୋଲକାତା ନାଇଟ୍ ରାଇଡର୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ

କୋଲକାତା : ରାଜସ୍ଥାନ ରୟାଲ୍‌ସର ୟୁଜବେନ୍ଦ୍ର ଚହଲ ଓ ଯଶସ୍ବୀ ଜୟସୱାଲ ଗୋଟିଏ ମ୍ୟାଚ୍‌ରେ ନୂତନ ଆଇପିଏଲ୍‌ କୀର୍ତ୍ତିମାନ ହାସଲ କରିଛନ୍ତି । ଉଭୟଙ୍କ କୃତିତ୍ବ ବଳରେ ଗୁରୁବାର ରାଜସ୍ଥାନ ରୟାଲ୍‌ସ ବିପୁଳ ବିଜୟ ହାସଲ କରିଛି। ଚହଲଙ୍କ ୪ ୱିକେଟ ଓ ଯଶସ୍ବୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ କଲକାତା ନାଇଟ ରାଇଡର୍ସ କୁ ୯ ୱିକେଟରେ‌ ରାଜସ୍ଥାନ ପରାସ୍ତ କରିଛି ।

ଭେଙ୍କଟେଶ ଆୟରଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି କେକେଆର୍‌ ୮ ୱିକେଟରେ ୧୪୯ ରନ୍‌ କରିଥିଲା। ପରେ ଯଶସ୍ବୀ ଜୟସୱାଲ୍‌ ଓ ସଞ୍ଜୁ ସାମ୍‌ସନଙ୍କ ବିସ୍ଫୋରକ ତଥା ଅପରାଜିତ ଇନିଂସ ବଳରେ ୪୧ ବଲ୍‌ ବାକିଥାଇ ୧ ୱିକେଟ ହରାଇ ରାଜସ୍ଥାନ ଜିତି ନେଇଥିଲେ। ୧୨ଶ ମ୍ୟାଚ୍‌ରେ ୬ଷ୍ଠ ବିଜୟ ପରେ ୧୨ ପଏଣ୍ଟ ସହ ରାଜସ୍ଥାନ ୩ୟ ସ୍ଥାନକୁ ଉନ୍ନୀତ ହୋଇଛି। କେକେଆର୍‌ ୧୨ଶ ମ୍ୟାଚ୍‌ରେ ୭ମ ପରାଜୟ ଭୋଗିଛି।