ମୁମ୍ବାଇକୁ ୯ ୱିକେଟରେ ହରାଇଲା ରାଜସ୍ଥାନ ରୟାଲ୍ସ

ସୋମବାର ଖେଳାଯାଇଥିବା ୩୮ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୯ ୱିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ଶୀର୍ଷ ସ୍ଥାନକୁ ଦୃଢ଼ କରିବା ସହ ପ୍ଲେ ଅଫ୍‌ ଆଡ଼କୁ ପାଦେ ଆଗକୁ ବଢ଼ିଛି । ବର୍ତ୍ତମାନ ସୁଦ୍ଧା ୮ଟି ମ୍ୟାଚ୍ ଖେଳି ୭ଟି ବିଜୟ ସହ ପ୍ଲେ-ଅଫର ନିକଟତର ହୋଇଛି ରାଜସ୍ଥାନ ରୟାଲ୍ସ । ଏଥିସହ ଗତକାଲିର ମ୍ୟାଚରେ ଟିମ୍ ପକ୍ଷରୁ ଉଭୟ ବ୍ୟାଟର୍ ଓ ବୋଲର୍ ଏକାଧିକ ରେକର୍ଡ ହାସଲ କରିଛନ୍ତି ।

ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୭୯ ରନ୍ ସଂଗ୍ରହ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ତିଳକ ବର୍ମା ଓ ମହମ୍ମଦ ନବି ଶତର୍କୀୟ ପାଳି ଖେଳି ଦଳୀୟ ସ୍କୋରକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ । କିନ୍ତୁ ଯଶସ୍ୱୀ ଯୈସ୍ୱାଲଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଫିକା ପଡିଯାଇଥିଲେ ମୁମ୍ବାଇ ବ୍ୟାଟର୍ ।