ପଞ୍ଜାବକୁ ୩ ୱିକେଟରେ ହରାଇଲା ରାଜସ୍ଥାନ ରୟାଲ୍ସ

ଆଇପିଏଲ୍‌ରେ ଷଷ୍ଠ ମ୍ୟାଚ୍‌ରୁ ପଞ୍ଚମ ବିଜୟ ପାଇ ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରି ନେଇଛି । ପଞ୍ଜାବ ଘରୋଇ ମାଟିରେ ୩ଟିରୁ କ୍ରମାଗତ ଦୁଇ ମ୍ୟାଚ୍‌ ହାରି ଚାପରେ ପଡ଼ିଛି। ଶନିବାରର ଏହି ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ପୁଣି ଥରେ ବ୍ୟାଟିଂ ବିଫଳତାର ସମ୍ମୁଖୀନ ହୋଇ ମାତ୍ର ୧୪୮ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା । ସେଥିପାଇଁ ପାୱାର ପ୍ଲେରେ ବିନା କ୍ଷତିରେ ୪୩ ରନ୍‌ କରି ନେଇଥିବା ରାଜସ୍ଥାନ ସହଜ ବିଜୟ ହାସଲ କରିବ ବୋଲି ଆଶା କରାଯାଉଥିଲା ।