ଡିଜିଟାଲ ରୂପାନ୍ତରଣ ପୁରସ୍କାର ୨୦୨୫ ଜିତିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ ରୂପାନ୍ତରଣ ପୁରସ୍କାର ୨୦୨୫ ଜିତିଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ପ୍ରଶଂସା କରିଛନ୍ତି । ବ୍ରିଟେନର ଲଣ୍ଡନ ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପକ୍ଷରୁ ଆର୍‌ବିଆଇକୁ ଏହି ଡିଜିଟାଲ ରୂପାନ୍ତରଣ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି । ଏଥିରେ ଆର୍‌ବିଆଇର ଇନ୍‌-ହାଉସ୍ ଡେଭଲପର୍ ଟିମ୍ ଦ୍ୱାରା ବିକଶିତ ଏହାର ଅଭିନବ ଡିଜିଟାଲ ପଦକ୍ଷେପ – ପ୍ରବାହ ଏବଂ ସାରଥୀ – କୁ ସ୍ୱୀକୃତି ଦିଆଯାଇଛି ।

ଏହି ସଫଳତାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି: “ଏକ ପ୍ରଶଂସନୀୟ ସଫଳତା, ଯାହା ଶାସନରେ ନବାଚାର ଏବଂ ଦକ୍ଷତା ପ୍ରତି ଗୁରୁତ୍ୱକୁ ପ୍ରତିଫଳିତ କରେ  । ଡିଜିଟାଲ ନବାଚାର ଭାରତର ଆର୍ଥିକ ଇକୋସିଷ୍ଟମକୁ ମଜବୁତ କରିଚାଲିଛି ଏବଂ ଏହିପରି ଏହା ଅଗଣିତ ଜୀବନକୁ ସଶକ୍ତ କରୁଛି ।”