ମହାରାଷ୍ଟ୍ରରେ ବାର୍ଡ ଫ୍ଲୁ ଆଶଙ୍କା

୨୫ ହଜାରରୁ ଅଧିକ ପକ୍ଷୀଙ୍କୁ ମାରିବା ପାଇଁ ନିର୍ଦ୍ଦେଶ

ଥାନେ : ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ସୃଷ୍ଟି ଦେଖାଇଛି ବାର୍ଡ ଫ୍ଲୁ ଭୟ । ହଠାତ ପ୍ରାୟ ଶହେରୁ ଅଧିକ କୁକୁଡାଙ୍କ ମୃତ୍ୟୁ ହେବା ଫଳରେ ଜିଲା ପ୍ରଶାସନର ଚିନ୍ତା ବଢିଛି। ହଠାତ ଏତେ ସଂଖ୍ୟାରେ କୁକୁଡା ମୃତ୍ୟୁକୁ ନେଇ ଜିଲାରେ ପୁଣି ଥରେ ବାର୍ଡ ଫ୍ଲୁର ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରାୟ ୨୫ କୁକୁଡାକୁ ମାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ଥାନେର ଶାହପୁର ଅନ୍ତର୍ଗତ ଏକ ଗାଁରେ ଥିବା କୁକୁଡା ଫାର୍ମରେ ପ୍ରଥମେ ଶହେ କୁକୁଡାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପ୍ରଶାସନ ମୃତ କୁକୁଡାଙ୍କ ନମୁନା ପୁଣେସ୍ଥିତ ପରୀକ୍ଷାଗାରକୁ ପଠାଇଥିଲା। ଏହାପରେ ଥାନେର ଜିଲ୍ଲାପାଳଙ୍କ କହିବାନୁଯାୟୀ ସଂକ୍ରମଣ ଆଶଙ୍କାକୁ ନଜରରେ ରଖି ଫାର୍ମର ଏକ କିଲୋମିଟର ପର୍ଯ୍ୟନ୍ତ ଆସୁଥିବା ୨୫ହଜାରୁ ଅଧିକ ପକ୍ଷୀଙ୍କୁ ମାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।