ଉତ୍ତରାଖଣ୍ଡରେ ଏକ ଟୋଲ୍ ପ୍ଲାଜା ନିକଟରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି, କାରଣ ଏକ ଡମ୍ପର ତିନୋଟି କାରକୁ ଧକ୍କା ଦେଇଛି ।
ରିପୋର୍ଟ ଅନୁଯାୟୀ, ଡେରାଡୁନ୍-ହରିଦ୍ୱାର ରାଜପଥର ଲାଚିୱାଲା ଟୋଲ୍ ପ୍ଲାଜାରେ ଏକ ଡମ୍ପର ତିନୋଟି କାରକୁ ଧକ୍କା ଦେବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ପୋଲିସ ଏବଂ ଏସଡିଆରଏଫ ଗାଡିରେ ଫସି ରହିଥିବା ଲୋକଙ୍କୁ ବାହାର କରିବା ପାଇଁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି । ଉତ୍ତରାଖଣ୍ଡରେ ଉପରୋକ୍ତ ଦୁର୍ଘଟଣାକୁ ପୋଲିସ ଅଧୀକ୍ଷକ (ଗ୍ରାମୀଣ) ଜୟା ବାଲୁନି ନିଶ୍ଚିତ କରିଛନ୍ତି ।
ସୂଚନା ପାଇ କ୍ୟାଣ୍ଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ସ୍ଥାନୀୟ ହସ୍ପିଟାଲକୁ ନେଇଯାଇଥିଲା । ଡେରାଡୁନର ଏସପି ସିଟି ପ୍ରମୋଦ କୁମାର ପ୍ରକାଶ କରିଛନ୍ତି ଯେ କଣ୍ଟେନର ସହିତ ତୀବ୍ର ଧକ୍କା ହେବା ପରେ କାରଟି କିଛି ଦୂରକୁ ଉଡ଼ି ଯାଇଥିଲା । କାର ଦୁର୍ଘଟଣା ପରେ ପୁଲିସ କଣ୍ଟେନରର ଡ୍ରାଇଭରକୁ ଗିରଫ କରିଛି ।