ପାକିସ୍ତାନୀ ବୋଟରୁ ୨୮୦ କୋଟିର ହେରୋଇନ୍‌ ଜବତ

ଗୁଜରାଟ ଆଣ୍ଟି-ଟେରରିଜମ ସ୍କ୍ୱାଡ ସହିତ ମିଳିତ ଅଭିଯାନ ଚଳାଇ…

ନୂଆଦିଲ୍ଲୀ: ଗୁଜରାଟ ଆଣ୍ଟି-ଟେରରିଜମ ସ୍କ୍ୱାଡ ସହିତ ମିଳିତ ଅଭିଯାନ ଚଳାଇ ଆରବ ସାଗରରୁ ୨୮୦ କୋଟିର ହେରୋଇନ ଥିବା ପାକିସ୍ତାନୀ ବୋଟ ଜବତ କରିବା ସହ ୯ଜଣ କ୍ରୁ ମେମ୍ବରକୁ ଅଟକ ରଖିଛି । ସୂଚନାଯୋଗ୍ୟ ଯେ, ଭରତୀୟ ଜଳରାଶିକୁ ପ୍ରବେଶ କରୁଥିବା ପାକିସ୍ତାନୀ ବୋଟକୁ ଭାରତୀୟ ତଟରକ୍ଷୀ ପୋତଗୁଡିକ ବାଧା ଦେବା ସହ ଅଟକ ରଖିଛନ୍ତି । ଉକ୍ତ ବୋଟରୁ ନୌସେନା କର୍ମଚାରୀମାନେ ୨୮୦ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରିଥିଲେ । ସେହିପରି ଉକ୍ତ ବୋଟ ଏବଂ ସେଥିରେ ଥିବା କ୍ରୁ ମେମ୍ବରକୁ ଗୁଜରାଟର କଚ ଜିଲ୍ଲାରେ ଥିବା ଜଖାଉ ବନ୍ଦରକୁ ଅଣାଯାଇଛି ।

ଅନ୍ୟପକ୍ଷରେ ଧରାପଡିଥିବା ସମସ୍ତ କ୍ରୁ ମେମ୍ବର ପାକିସ୍ତାନୀ ନାଗରିକ । ସୂଚନାଯୋଗ୍ୟ ଯେ, ପାକିସ୍ତାନରୁ ‘ଡ୍ରଗ୍‌’ ଆସୁଛି ବୋଲି ଏଟିଏସ ପୂର୍ବରୁ ସୂଚନା ପାଇବା ପରେ ଭାରତୀୟ ତଟରକ୍ଷୀ ସହଯୋଗରେ ସୀମାପାରିରୁ ଆସୁଥିବା ଉକ୍ତ ବୋଟ ଦେଖିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।