ନୀରଜଙ୍କୁ ୬କୋଟି ଓ ବଜରଙ୍ଗଙ୍କୁ ୨.୫କୋଟିର ଉପହାର

ନୂଆଦିଲ୍ଲୀ: ୧୨୫ ବର୍ଷର ସ୍ୱପ୍ନକୁ ପୂରଣ କରିଛନ୍ତି ଜାଭଲିନ ଫିଙ୍ଗାଳି ନୀରଜ ଚୋପ୍ରା । ହେଲେ ଆଜି ଦୌଡକୁଦରେ ସ୍ୱର୍ଣ୍ଣ ପଦକ ଜିତି ସମସ୍ତ ଭାରତୀୟଙ୍କୁ ଗର୍ବିତ କରିଛନ୍ତି ନୀରଜ ଚୋପ୍ରା । ନୀରଜଙ୍କ ଏହି ଐତିହାସିକ ବିଷୟ ପରେ ତାଙ୍କୁ ୬କୋଟି ଟଙ୍କାର ପୁରସ୍କାର ରାଶି ଦେବାକୁ ହରିଆଣା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ନୀରଜ ଚୋପ୍ରାଙ୍କ ସଫଳତା ପରେ ତାଙ୍କୁ ୬କୋଟି ଟଙ୍କା ଏବଂ କ୍ଲାସ ୱାନ ଚାକିରି ଦିଆଯିବ । ଆମେ ପଞ୍ଚକୁଲାରେ ଆଥଲେଟମାନଙ୍କ ପାଇଁ ଏକ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ନିର୍ମାଣ କରିବୁ । ଯେଉଁଠାରେ ସେ ଚାହିଁଲେ ମୁଖ୍ୟ ରହିପାରିବେ ।

ସେହିଭଳି କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଥିବା ବଜରଙ୍ଗ ପୁନିଆଙ୍କୁ ୨.୫କୋଟି ଦେବାକୁ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।