ରୁଷ ଟାର୍ଗେଟରେ ୟୁକ୍ରେନ ରାଷ୍ଟ୍ରପତି!

କ୍ରେନର ପୂର୍ବ ସହରରେ ରୁଷ ଏବଂ ୟୁକ୍‌ରେନର ସୈନିକଙ୍କ ମଧ୍ୟରେ ସାମ୍ନାସାମ୍ନି ଲଢ଼ାଇ ଚାଲିଛ…

କିଭ : ୟୁକ୍ରେନରେ ଯୁଦ୍ଧ ଦୀର୍ଘଦିନ ଚାଲିବାର ଦେଖି ରୁଷ ସେନା ପକ୍ଷରୁ ହଣ୍ଟ ଟୁ କିଲ ମିସନକୁ ଲଞ୍ଚ କରାଯାଇଛି । ଏହି ମିଶନର ଉଦ୍ଦେଶ୍ୟ ୟୁକ୍ରେନର ଶୀର୍ଷନେତା ଏବଂ ଅଧିକାରୀମାନଙ୍କୁ ହତ୍ୟା କରିବା । ଏହି ମିଶନରେ ରୁଷ ସେନାର ଏଲିଟ କମାଣ୍ଡୋ ଅନ୍ତର୍ଭୁକ୍ତ । ଯେଉଁମାନେ କି ସହରାଞ୍ଚଳ ଯୁଦ୍ଧ ଏବଂ ପ୍ରବଳ ଆକ୍ରମଣ କରିବା ଓ କେମିକାଲ ବାୟୋଲଜିକାଲ ୱାର ଫେୟାରରେ ସିଦ୍ଧହସ୍ତ । ଅନ୍ୟପକ୍ଷରେ ୟୁକ୍ରେନର ଗୁଇନ୍ଦା ଏଜେନ୍ସିରୁ ମିଳିଥିବା ଇନପୁଟ ପରେ ରାଜଧାନୀ କିଭ ଏବଂ ଆଖପାଖ ସହର ଗୁଡ଼ିକରେ ସୁରକ୍ଷା ବୃଦ୍ଧି କରାଯାଇଛି । ୟୁକ୍ରେନର ପୂର୍ବ ସହରରେ ରୁଷ ଏବଂ ୟୁକ୍‌ରେନର ସୈନିକଙ୍କ ମଧ୍ୟରେ ସାମ୍ନାସାମ୍ନି ଲଢ଼ାଇ ଚାଲିଛ । ଏହି ସମୟରେ ପ୍ରବଳ ବୋମା ବର୍ଷଣ ସହିତ ମସ୍କର ସୈନିକମାନେ ବିଭିନ୍ନ କ୍ଷେତ୍ରରେ କୂଟନୈତିକ ଗୁରୁତ୍ୱ ରଖୁଥିବା ସ୍ଥାନ ଉପରେ କବଜା କରିବାର ଉଦ୍ୟମ ରଖିଛନ୍ତି ।

କିନ୍ତୁ ୟୁକ୍ରେନ ପକ୍ଷରୁ ରୁଷର ଏହି ଆକ୍ରମଣକୁ ବାହାଦୁରି ସହିତ ଜବାବ ଦିଆଯାଉଛ । ପ୍ରକାଶ ଯେ ରୁଷର ସେନା ପୂର୍ବାଞ୍ଚଳରେ ଥିବା ସିବିରୋ ଡୋନେସ୍କ ସହର ଉପରେ ଆକ୍ରମଣ କରିଥିଲେ । ଯେଉଁଠାରେ ଯୁଦ୍ଧ କାରଣରୁ ବିଦ୍ୟୁତ ଏବଂ ମୋବାଇଲ ସେବାକ ବନ୍ଦ କରାଯାଇଛି । ଯୁଦ୍ଧ ପୂର୍ବରୁ ଏହି ଦୁଇଟି ସହରର ସମ୍ମିଳିତ ଜନସଂଖ୍ୟା ୨ ଲକ୍ଷରୁ ଊଦ୍ଧ୍ୱର୍ ଥିଲା ଏବଂ ଲୋହାନସ୍କ ଠାରେ ଏହା ୟୁକ୍ରେନର ନିୟନ୍ତ୍ରଣ ବିଶିଷ୍ଟ ଅନ୍ତିମ ବୃହତ ଅଞ୍ଚଳ ଭାବରେ ପରିଗଣିତ ।