ବରିଷ୍ଠ ନେତାଙ୍କୁ କଂଗ୍ରେସର ଉପେକ୍ଷା

ଯେଉଁଥିରେ ଛତିଶଗଡ଼ରର ରାଜିବ ଶୁକ୍ଲା ମଧ୍ୟ ସାମିଲ ଅଛନ୍ତି…

ନୂଆଦିଲ୍ଲୀ : କଂଗ୍ରେସ ରାଜ୍ୟସଭା ନିର୍ବାଚନ ଲାଗି ଏଆଇସିସିର ତିନିଜଣ ମହାସଚିବ, ଅଜୟ ମାକନ, ରଣଦୀପ ସୁରଜେୱାଲା ଓ ମୁକୁଲ ୱାସନିକଙ୍କୁ ମଇଦାନକୁ ଓହ୍ଲାଇଛି । କିନ୍ତୁ ଗାନ୍ଧୀ ପରିବାର ଗୁଲାମ ନବି ଆଜାଦ ଏବଂ ଆନନ୍ଦ ଶର୍ମାଙ୍କ ଭଳି ୨ ଜଣ ଏଭଳି ନେତାଙ୍କୁ ଟିକଟ ଦେବାକୁ ଅଗ୍ରାହ୍ୟ କରିଦେଇଛି । ଯେଉଁମାନେ କି କଂଗ୍ରେସରେ ଶୀର୍ଷ ସ୍ତରରେ ପରିବର୍ତ୍ତନ ଚାହୁଁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଆଗରେ ଥିଲେ । ଆହୁରି କୌତୂହଳ ପୂର୍ଣ୍ଣ କଥା ଏହିକିଯେ ପାର୍ଟି ପକ୍ଷରୁ ହରିଆନାର ଦଳିତ ମହିଳା ଚେହେରା କୁମାରୀ ଶୈଳଜାଙ୍କୁ ମଧ୍ୟ ଟିକେଟ ଦେଇନାହିଁ ।

ଯାହାଙ୍କୁ ନିକଟରେ ବରିଷ୍ଠ ନେତା ଭୂପେନ୍ଦ୍ର ସିଂହ ହୁଡ଼ାଙ୍କୁ ଶାନ୍ତ କରିବା ଲାଗି ପିସିସି ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା । ଯେଉଁଥିରେ ଛତିଶଗଡ଼ରର ରାଜିବ ଶୁକ୍ଲା ମଧ୍ୟ ସାମିଲ ଅଛନ୍ତି । ଏଠାରେ ମଧ୍ୟ ଜାଣିବା ଆବଶ୍ୟକ ହୋଇଛି ଯେ ରାଜ୍ୟରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏବଂ ପାର୍ଟି ଉପରେ ସ୍ଥାନୀୟ ନେତାମାନଙ୍କୁ ସମାୟୋଜିତ କରିବାର ବାଧ୍ୟ ବାଧ୍ୟକତା ରହିଛି । ଅନ୍ୟପକ୍ଷରେ କଂଗ୍ରେସ ଶାସିତ ଏବଂ ନିର୍ବାଚନୀ ରାଜ୍ୟ ଛତିଶଗଡ଼ ରାଜ୍ୟ ସହିତ ମଧ୍ୟ ଏହିଭଳି ଘଟିଛି । ଯେଉଁଠାରେ ୨ ଜଣ ପ୍ରାର୍ଥୀ ବାହାରର ଅଛନ୍ତି ।