ଜ୍ଞାନବ୍ୟାପି ମାମଲା: ଜୁଲାଇ ୪ରେ ଶୁଣାଣି

ପ୍ରତିବାଦୀ ଜ୍ଞାନବ୍ୟାପି ପରିସର ମଧ୍ୟରେ ଶିବ ଲିଂଗ ଆକୃତି ଓ ତାଙ୍କର ପୂଜା କରିବା ଉପରେ ଆପତି ଉଠାଇଛନ୍ତି….

ବାରଣାସୀ : ଜ୍ଞାନବ୍ୟାପି ଶୃଙ୍ଘାର ଗୌରୀ ପ୍ରକରଣରେ ଦିନ କଡା ସୁରକ୍ଷା ମଧ୍ୟରେ ବାରଣାସୀର ଜିଲ୍ଲା ଜଜ ଡା ଅଜୟ କୃଷ୍ଣଙ୍କ ଅଦାଲତରେ ଶୁଣାଣୀ ହୋଇଛି । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଜିଲ୍ଲା ଅଦାଲତ ଆବେଦନର ସ୍ଥତି ଉପରେ ବିଚାର କରୁଛନ୍ତି । ଅଦାଲତରେ ପ୍ରତିବାଦୀ ପକ୍ଷଙ୍କ ଦଲିଲ ଶୁଣିବା ପରେ ଶୁଣାଣୀ ଆଗାମୀ ଜୁଲାଇ ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏହାପରେ ପ୍ରତିବାଦୀ ଜ୍ଞାନବ୍ୟାପି ପରିସର ମଧ୍ୟରେ ଶିବ ଲିଂଗ ଆକୃତି ଓ ତାଙ୍କର ପୂଜା କରିବା ଉପରେ ଆପତି ଉଠାଇଛନ୍ତି । ଶୁଣାଣୀ ଅବସରରେ ପ୍ରତିବାଦୀ ପକ୍ଷ ୧୯୩୭ ମସିହାରେ ରାଜ୍ୟ ସଚିବ ମକଦମାର ନିର୍ଣୟ ପଢିଲେ ଓ କହିଲେ ଅଦାଲତର ମୌଖିକ ମତାମତ ଓ କାଗଜ ପତ୍ର ଆଧାରରେ ନିଷ୍ପତ୍ତି ହୋଇଥିଲା ଯେ ସେହି ସମୟରେ ଏହି ପୁରା ପରିସର ମୁସଲିମ ବକଫ ବୋର୍ଡର ଥିଲା ।