ବସ ଦୁର୍ଘଟଣାରେ ୭ ମୃତ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଚିତୋର ଜିଲ୍ଲା ଭାକରପେଟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବିବାହ ପାଇଁ ଯାତ୍ରୀଙ୍କୁ ନେଇ ଯାଇଥିବା ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି । ପ୍ରକାଶ ଯେ, ଆନ୍ଧ୍ରପ୍ରଦେଶର ମନ୍ଦିରମାଳିନୀ ସହର ତିରୁପତିରୁ ଭାକରପେଟାରେ ବିବାହ ପାଇଁ ଯାଇଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତିରୁପତି ଏସପି କହିଛନ୍ତି ଚାଳକଙ୍କ ଅବହେଳା ଯୋଗୁଁ ବସଟି ଏହି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆହତମାନଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ବସଟି ୫୨ ଜଣ ବିବାହ ଯାତ୍ରୀଙ୍କୁ ନେଇ ଅନନ୍ତପୁର ଜିଲ୍ଲା ଧରମାବରମ ଠାରୁ ବାହାରିଥିଲା । ଏହା ଚିତୋର ଜିଲ୍ଲାର ନାଗାରୀ ନିକଟ ଏକ ଗାଁକୁ ଯାଉଥିଲା । ଘାଟି ରୋଡରେ ବସଟି ଯାଉଥିବା ବେଳେ ଘାଟିରେ ଭାରସାମ୍ୟ ହରାଇ ୫୦ ଫୁଟ ଗଭୀରକୁ ଖସିପଡିଥିଲା । ଥିଲା । ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କରିବା ଏହାର ତଦନ୍ତ ଚଳାଇଛି ।